ନିଆଳିରେ ଅଜଣା ଜନ୍ତୁ ଆତଙ୍କ ! ଆକ୍ରମଣରେ ୫ ମେଣ୍ଢା ମୃତ

35

କନକ ବ୍ୟୁରୋ : ପୁଣି ନିଆଳିରେ ମେଣ୍ଢା ମୃତ୍ୟୁ । ଅଜଣା ଜନ୍ତୁର ଆକ୍ରମଣରେ ୫ ମେଣ୍ଢାଙ୍କ ମୃତ୍ୟୁ ହୋଇଛି ।  ପୋଖରୀ ଗାଁରେ ତିନିଟି ମେଣ୍ଢାର ମୃତ୍ୟୁ ହୋଇଥିବାବେଳେ ବିଳାସୁଣୀ ଗାଁରେ ୨ଟି ମେଣ୍ଢା ମୃତ୍ୟୁ ହୋଇଛି । ପାଂଚ ମାସ ପରେ ପୁଣି ବାରମ୍ବାର ମେଣ୍ଢା ମୃତ୍ୟୁ ହେଉଥିବାରୁ ମେଣ୍ଢା ଚାଷୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ସେପଟେ ମେଣ୍ଢା ମୃତ୍ୟୁକୁ ରୋକିବା ପାଇଁ ସରକାର ଠୋସ୍ ପଦକ୍ଷେପ ନେଇନାହାଁନ୍ତି ।