କନକ ବ୍ୟୁରୋ:ଏଇ କେଇ ପଦ କଥା କହିବା ଜଣେ ମେଧାବୀ ଛାତ୍ରୀ ପକ୍ଷେ ଭାରି କଷ୍ଟ ନିଶ୍ଚୟ । ଦାରିଦ୍ର୍ୟ ଭିତରେ କଷ୍ଟ କରି ପାଠ ପଢବା, ଜିଲ୍ଲା ଟପ୍ପର ହେବା ପରେ ବି ଅଗକୁ ନପଢିପାରିବା କଥା ଭାବିବା ବେଳକୁ ଛାତ୍ରୀ ଜଣଙ୍କର କଣ୍ଠରୁଦ୍ଧ ହୋଇଯାଉଛି ।

Advertisment

ଯୁକ୍ତ ଦୁଇ କଳା ବିଭାଗରେ କେନ୍ଦ୍ରପଡା ଜିଲ୍ଲା ଟପ୍ପର କଲ୍ୟାଣୀ ଦାସ । ମୋଟ ୬୦୦ରୁ କଲ୍ୟାଣୀ ରଖିଛନ୍ତି ୫୨୭ ନମ୍ବର । ଏଥିପାଇଁ କଲେଜଠାରୁ ସାହିପଡିଶା, ବନ୍ଧୁବାନ୍ଧବଙ୍କ ମୁହଁରେ ତାଙ୍କ ପ୍ରଶଂସା । ହେଲେ କଲ୍ୟାଣୀଙ୍କ ମନରେ ଅଜସ୍ର ଦୁଃଖ । କାରଣ ସେ ଆଉ ପଢିବେ କି ନାହିଁ ସେ ନେଇ କିଛି ଠିକ ଠିକଣା ନାହିଁ ।

ଡେରାବିଶ ବ୍ଳକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ଝିଅ କଲ୍ୟାଣୀଙ୍କ ବାପା ପ୍ରଦୀପ୍ତ ଦାସ ଜଣେ ଚାଷୀ । ଚାଷରୁ ଯାହା କିଛି ରୋଜଗାର ହୁଏ ସେଇଥିରେ ଘର ଚଳାଇବା ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ, ସବୁ ଦେଖିବାକୁ ପଡେ । ସେଥିରେ ପୁଣି ଝିଅ କଲ୍ୟାଣୀର ପାଠପଢା । କଲେଜ ଯିବାକୁ ପ୍ରତିଦିନ ଝିଅକୁ ମାତ୍ର ୨୦ ଟଙ୍କା ଦେବାବି ତାଙ୍କ ପକ୍ଷେ କଷ୍ଟ । ବାପା କଲେଜ ଯିବାକୁ ଯେଉଁ ୨୦ ଟଙ୍କା ଦେଇଥାନ୍ତି ସେଥିରେ ଯିବା ଆସିବା କରନ୍ତି, ଯେତେ ଭୋକ ଲାଗିଲେ ବି ଅଧିକ ଟଙ୍କାଟେ ନଥିବାରୁ ଭୋକ ପେଟରେ ଘରକୁ ଆସିଥାନ୍ତି କଲ୍ୟାଣୀ । ପାଖରେ ପଇସା ନଥିବାରୁ କଲେଜ ଆଉ ଘର ଛଡା କଲ୍ୟାଣୀଙ୍କୁ ଆଉ କିଛି ଦେଖାଯାଏନି । ବାପାଙ୍କ ଅସହାୟତାକୁ ଭଲ ଭାବେ ବୁଝିପାରିଥିବା କଲ୍ୟାଣୀ ତେଣୁ ଆଗକୁ ପଢିବାକୁ ମନା କରୁଛନ୍ତି । ହେଲେ ଏକଥା କହିବା ବେଳକୁ ତାଙ୍କ କଣ୍ଠ ଥରିଯାଉଛି ।

 ଝିଅର ଆଗକୁ ପଢିବାକୁ ଇଚ୍ଛା ।ହେଲେ ବାପା ଅସହାୟ । ଆଡମିଶନ୍ ପାଇଁ ଅର୍ଥ , ବହି ପତ୍ର କିଣା, କଲେଜ ଯିବା ଆସିବା କରିବାକୁ ପ୍ରତିଦିନ ପଇସ । ଏତେସବୁ ଯୋଗାଡ କରିବେ ବା କେଉଁଠୁ? ତଥାପି କେଉଁଠୁ ଧାରକରଜ କରି ଝିଅକୁ ପାଠ ପଢାଇବାକୁ ଚିନ୍ତା କରିଛନ୍ତି ବାପା । ଅର୍ଥାଭାବ ଯୋଗୁଁ କଲ୍ୟାଣୀ ପରି ଜଣେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବା ପୂର୍ବରୁ ପ୍ରଶାସନ ତାଙ୍କୁ ସହାୟତାର ହାତ ବଢାଇବା ନିହାତି ଜରୁରୀ