‘ମୁଥ’ ପାଇଁ ଚାଲିଗଲା ଜୀବନ : ଦୁଇ ଜଣଙ୍କ ଭିତରେ ମୁଥ ମରାମରି ହେବା ଘଟଣାରେ ଚାଲିଯାଇଛି ୧୩ଟି ଜୀବନ । ଦେଖନ୍ତୁ ଭିଡିଓ

‘ମୁଥ’ ପାଇଁ ଚାଲିଗଲା ଜୀବନ

82

ଚୀନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ଯାତ୍ରୀ ଓ ବସ୍ ଚାଳକଙ୍କ ମଧ୍ୟରେ ମୁଥ ମରାମରି ହେବା ଫଳରେ ବସଟି ପାଣିରେ ଖସିପଡ଼ିଛି। ଦକ୍ଷିଣ-ପଶ୍ଚିମ ଚୀନର ଏକ ପୋଲ ଉପରୁ ବସଟି ନଦୀ ଭିତରକୁ ଖସିପଡ଼ିବାରୁ ୧୩ ଜଣଙ୍କର ଜୀବନ ଯାଇଥିବା ଶୁକ୍ରବାର ପୁଲିସ୍ ସୂଚନା ଦେଇଛି।

ବସଟି ଚୀନର ଚଙ୍ଗକୁଇଙ୍ଗ୍ ସହରରେ ଥିବା ଲମ୍ବା ନଦୀ ୟଙ୍ଗତେଜର ପୋଲ ଉପରୁ ରବିବାର ପ୍ରାୟ ୫୦ ମିଟର ଉଚ୍ଚତାରୁ ଖସି ପଡ଼ିବାରୁ ଏପରି ଅପ୍ରୀତିକର ପରିସ୍ଥିତି ଘଟିଛି। ଚଙ୍ଗକୁଇଙ୍ଗ୍ ମୁନିସିପାଲଟି ଉଦ୍ଧାର କାର୍ଯ୍ୟ କରିବାରୁ ନଦୀ ଭିତରୁ୧୩ଟି ମୃତଦେହ ଉଦ୍ଧାର ହୋଇଛି। ସମସ୍ତ ମୃତକଙ୍କ ପରିଚୟ ହସ୍ତଗତ ହୋଇଛି। ଦୁଇ ଜଣ ଯାତ୍ରୀଙ୍କର ଏଯାବତ୍ କୌଣସି ସୂଚନା ମିଳିନାହିଁ ବୋଲି ଖବର ରହିଛି।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ୪୮ ବର୍ଷୀୟା ମହିଳା ଯାତ୍ରୀ ଏକ ବସ୍ ଷ୍ଟପରେ ଅଟକିବାକୁ ଚାହିଁଥିଲେ। ମାତ୍ର ୪୨ ବର୍ଷିୟ ଚାଳକ ତାଙ୍କୁ ପୂର୍ବ ଷ୍ଟପରେ ଓହ୍ଲେଇ ଯିବାକୁ କହିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଯୁକ୍ତିତର୍କ ବଢ଼ିବାରୁ ଦୁହେଁ ମୁଥ ମରାମରି ହୋଇଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲା।