ଚୀନ ହ୍ରଦରେ ବୁଲୁଛି ବିରଳ ମାଛ । ମଣିଷର ମୁହଁ ଭଳି ଦେଖବାକୁ ମାଛର ମୁହଁ । ସୋସିଆଲ୍ ମିଡିଆରେ ଭାଇରାଲ୍

ମଣିଷ ମୁହାଁ ମାଛ ଦେଖିବାକୁ ଚୀନର କୁନମିଙ୍ଗ ହ୍ରଦକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ

4,788

କନକ ବ୍ୟୁରୋ: ମାଛର ମୁହଁ ଦେଖବାକୁ ମଣିଷର ମୁହଁ ଭଳି । କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ । ଏବେ ସୋସିଆଲ ମିଡିଆରେ ମଣିଷ ମୁହଁ ଭଳି ମୁହଁ ଥିବା ମାଛର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୩୦ ସେକେଣ୍ଡର ଭିଡିଓରେ ମାଛଟି ପାଣି ଭିତରୁ ମୁଣ୍ଡ ଟୁଙ୍ଗାରି ପାଟି ପାକୁ ପାକୁ କରୁଥିବା ଦେଖିବାକୁ ମିଳିଛି । ଦକ୍ଷିଣ ଚୀନର କଲିଙ୍ଗୋ ସହରର କୁନମିଙ୍ଗ ଗାଁରେ ଦେଖିବାକୁ ମିଳିଛି ଏହି ବିରଳ ପ୍ରଜାତିର ମାଛ ।

ଯାହାର ମୁହଁର ଚେହେରା ଦେଖିବାକୁ ଅବିକଳ ମଣିଷ ଭଳି । ମାଛର ମୁହଁରେ ଥିବା ଚିହ୍ନ ମଣିଷ ମୁହଁର ନାକ, ଆଖି ଓ ପାଟି ଭଳି ଦେଖାଯାଉଛି । ତେବେ ଏହି ଭିଡିଓ ସତ୍ୟତା କେତେ ଜଣାପଡି ନାହିଁ । ଚୀନରେ ମଣିଷ ମୁହଁ ଭଳି ମାଛ ଦେଖାଯିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ୨୦୧୬ରେ ହୁନାନ ପ୍ରୋଭିନ୍ସର ଉଗାଙ୍ଗ ସିଟିରେ ଜଣେ ଶିକ୍ଷକ ମଧ୍ୟ ମଣିଷ ମୁହଁ ଭଳି ମାଛ ଧରିଥିବା ଦାବି କରାଯାଉଛି ।