ବର-କନିଆଁ ବେଶରେ ରୋହି ମାଛ ! ବର ରୋହି ପିନ୍ଧିଛି ଲୁଙ୍ଗି, କନିଆଁ ରୋହି ସାଢ଼ୀ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଉଭୟଙ୍କ ଯୋଡ଼ି ।

ଆପଣ ପୂର୍ବରୁ ଅନେକ ବାହାଘର ଦେଖିଥିବେ । ଏପରିକି ଚିରାଚରିତ ବାହାଘର ବାଦ୍ ଅନେକ ଅବିଶ୍ୱସନୀୟ ବାହାଘର ମଧ୍ୟ ଆପଣଙ୍କ ନଜରକୁ ଆସିଥିବ । କିଏ ଦୋଷ କଟିବା ପାଇଁ ପଶୁ ସହିତ ତ କିଏ ଗଛ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନଜିର ଦେଖିବାକୁ ମିଳିଛି ।

976

କନକ ବ୍ୟୁରୋ: ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ଫିଲ୍ମ ଅଭିମନ୍ୟୁ ହୁଏତ ଆପଣ ମାନେ ଦେଖିଥିବେ । ଆଉ ଏହି ଫିଲ୍ମର ବହୁ ଚର୍ଚ୍ଚିତ “ରୋହି ସାଙ୍ଗେ ଇଲିସିର ବାହାଘର” ଗୀତଟି ନିଶ୍ଚିତ ଶୁଣିଥିବେ । ଯେଉଁଥିରେ ଇଲିସି ଓ ରୋହି ମାଛର ବାହାଘର ସମ୍ପର୍କରେ କୁହାଯାଉଥିଲା । ସେତେବେଳେ ମାଛ ବାହାଘର କଥା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇନଥାଇ ପାରନ୍ତି । କାରଣ ଗୀତର ଅଂଶଗୁଡ଼ିକ କେବଳ ହାସ୍ୟରୋଳ ପାଇଁ ଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଚିତ୍ର ଦେଖାଇବୁ ଯେଉଁଠି ମାଛର ସତସତିକା ବାହାଘର ହେଉଛି ।

ଆପଣ ପୂର୍ବରୁ ଅନେକ ବାହାଘର ଦେଖିଥିବେ । ଏପରିକି ଚିରାଚରିତ ବାହାଘର ବାଦ୍ ଅନେକ ଅବିଶ୍ୱସନୀୟ ବାହାଘର ମଧ୍ୟ ଆପଣଙ୍କ ନଜରକୁ ଆସିଥିବ । କିଏ ଦୋଷ କଟିବା ପାଇଁ ପଶୁ ସହିତ ତ କିଏ ଗଛ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନଜିର ଦେଖିବାକୁ ମିଳିଛି । ହେଲେ ହେଲେ ମାଛ ସହ ମାଛର ବାହାଘର କେବେ ହେଲେ ଦେଖିନଥିବେ ।

ତେବେ ଏ ଚିତ୍ରକୁ ଭଲକରି ଦେଖନ୍ତୁ । କିଭଳି ବର-କନିଆ ବେଶରେ ନବ ଦମ୍ପତି ପରି ସଜେଇ ହୋଇଛନ୍ତି ଦୁଇଟି ରୋହି ମାଛ । ରୋହି ରାଜାକୁ ରୋହି ରାଣୀ, ସତେ ଯେମିତି ଆରମ୍ଭ ହୋଇଛି ଏମାନଙ୍କର ନୂଆ ପ୍ରେମ କାହାଣୀ । ନାକରେ ନାକଗୁଣା, ଓଠରେ ଲିପଷ୍ଟିକ୍, ପାଦରେ ଅଳତା ଆଉ ଅଣ୍ଟାରେ ନାଲି ଷାଢ଼ୀ ପୁରାପୁରି ବଧୂ ବେଶରେ ସଜେଇ ହୋଇଛି ରାଣୀ ରୋହି ।

ସେପଟେ ଅଣ୍ଟାରେ ଲୁଙ୍ଗି ମଥାରେ ପଗଡ଼ି ବାନ୍ଧି ବର ବେଶରେ ସଜେଇ ହୋଇଛି ରାଜା ରୋହି । ଆଉ ବାହାବେଦୀ ପ୍ରସ୍ତୁତ, ପଣ୍ଡିତ ପୂଜାରୀଙ୍କ ସହ ସମ୍ପର୍କୀୟ ମଧ୍ୟ ପ୍ରସ୍ତୁତ । ଉଭୟ ବର କନିଆଁଙ୍କୁ ସାଥିରେ ନେଇ ବାହାବେଦୀକୁ ନେଇ ଯାଉଛନ୍ତି ସମ୍ପର୍କୀୟ । ସତେ ଯେମିତି ମଣିଷ ବାହାଘର ଭଳି ସମସ୍ତ ବୈଦୀକ ରୀତିନୀତିରେ ଆରମ୍ଭ ହୋଇଛି ବାହାଘର କାର୍ଯ୍ୟ । ଏହାପରେ ବର ରୋହି କନିଆଁ ରୋହିର ମଥାରେ ସିନ୍ଦୁର ମଧ୍ୟ ପିନ୍ଧାଉଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ କନିଆଁ ସାଙ୍ଗରେ ୪ରୁ ୫ଟି ମିରିକାଳି ମାଛ ଯୌତୁକ ଭାବେ ପ୍ରସ୍ତୁତ ହୋଇଛି ।

ତେବେ କେଉଁଠି ଏଭଳି ହିନ୍ଦୁ ଧର୍ମାନୁସାରେ ପୂରାପୁରି ବୈଦିକ ରୀତିନୀତିରେ ବାହାଘର ହେଉଛି ? ଏମିତି ରୋମାଞ୍ଚଭରା ମାଛ ବାହାଘର ଦେଖିଲା ପରେ ଏଭଳି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଉଠୁଥିବ । ତେବେ ଆପଣଙ୍କ ଜାଣିବା ପାଇଁ ଏଠି ଆମେ କହି ରଖୁଛୁ ଯେ, ଏମିତି ବାହାଘର ବାଂଲାଦେଶର ରାଜଧାନୀ ଢ଼ାକାଠାରେ ପ୍ରତି ବର୍ଷ ଆୟୋଜନ କରାଯାଏ । ପୂରା ପାରମ୍ପାରିକ ରୀତିନୀତିରେ ଏହି ବାହାଘର ସମ୍ପନ୍ନ ହୋଇଥାଏ । ଏପରିକି ଭୋଜିଭାତର ଆୟୋଜନ କରାଯାଇ ଏକ ନବ ଦମ୍ପତି ଯୋଡ଼ି ଭଳି ନୂଆ ଜୀବନ ଆରମ୍ଭ କରିଛନ୍ତି ।