ସୁନ୍ଦରଗଡ଼ରେ ପ୍ରଥମଥର ପାଇଁ ୨ କରୋନା ଆକ୍ରାନ୍ତ ଚିହ୍ନଟ । ଗତକାଲି ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ବିସ୍ରାର ବୋଲି ସ୍ପଷ୍ଟ କଲେ ଜିଲ୍ଲାପାଳ ।

4,612

କନକ ବ୍ୟୁରୋ: ସୁନ୍ଦରଗଡ଼ରେ ଦୁଇ ୨ କରୋନା ପଜିଟିଭ୍ । ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ସୁନ୍ଦରଗଡ଼ର ବୋଲି ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ସିଡିଏମଓ । ତେବେ ସେ ଦୁଇଜଣ ସୁନ୍ଦରଗଡ଼ ଜିଲ୍ଲାର ବିସ୍ରା ଅଞ୍ଚଳର ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ । ହେଲେ ସେମାନଙ୍କ ବୟସ କେତେ ତାହା ସ୍ପଷ୍ଟ କରି ନାହାନ୍ତି ଜିଲ୍ଲାପାଳ । ତେବେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।

ସେପଟେ ଗତକାଲି ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ଼ର ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିବାବେଳେ ଅନ୍ୟ ଦୁଇଜଣ କେଉଁ ଅଞ୍ଚଳ ବା ଜିଲ୍ଲାର ବୋଲି ତାହା ବାବଦରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । କିମ୍ବା ସେମାନଙ୍କ ବୟସ କେତେ ବା ଏମାନଙ୍କ ଟ୍ରାଭେଲ ହିଷ୍ଟି ଅଛି ନା ନାହିଁ ତାହା ତାହା ମଧ୍ୟ ଜଣାପଡ଼ି ନାହିଁ ।

ସବୁଠାରୁ ବଡ଼କଥା ହେଲା କି, ରାଜ୍ୟରେ ବର୍ତ୍ତମାନ ମୋଟ୍ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି । ସେହିପରି ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ନୂଆ ୪ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଟ୍ୱିଟ କରି ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି ।