ବିହାରରେ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା: ୨ କୋଟି ୫୮ ଲକ୍ଷ ଅଧିକ ପରିବାରର ଆରମ୍ଭ ହେଲା ସର୍ଭେ କାମ

111

କନକ ବ୍ୟୁରୋ: ବିହାରରେ ଶନିବାର ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନା ଆରମ୍ଭ ହୋଇଛି । ଜାନୁୟାରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଜାତିଭିତିକ ଜନଗଣନା ଜାନୁୟାରୀ ୨୧ ତାରିଖ ଯାଏଁ ଚାଲିବ । ଏଥିରେ ପ୍ରାୟ ୫ ଲକ୍ଷ ୧୮ ହଜାର କର୍ମଚାରୀ ୨ କୋଟି ପରିବାର ପାଖରେ ପହଂଚି ଜନଗଣନା କରିବେ । ପ୍ରଥମ ପର୍ଯ୍ୟାୟ ଜାତିଭିତିକ ଜନଗଣନାରେ ପରିବାର ମୁଖିଆ ଓ ପରିବାର ସଦସ୍ୟଙ୍କ ନାମ ପଞ୍ଜିକରଣ କରାଯିବ । ଏହାପରେ ଅପ୍ରେଲ ପହିଲାରୁ ୩୦ ତାରିଖ ଯାଏଁ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଜାତିଗଣନା କରିବାକୁ ତାରିଖ ସ୍ଥିର କରାଯାଇଛି । ବିହାରରେ ବିଜେପି ଓ ଜେଡିୟୁର ମେଂଟ ସରକାର ଥିବା ସମୟରେ ଜାତିଭିତିକ ନିଷ୍ପତିକୁ ଏବେ କାର୍ଯ୍ୟକାରୀ କରାଯାଉଛି । ସେହି ସମୟରେ ବିରୋଧ ଦଳ ନେତା ଥିବା ତେଜସ୍ୱୀ ଯାଦବ ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଜାତିିଭିତିକ ଜନଗଣନା ପାଇଁ ସଫଳ ହୋଇଥିଲେ । ଆଜି ପୁଣି ବିଜେପିକୁ ଟାର୍ଗେଟ କରି କହିଛନ୍ତି, ରାଜ୍ୟର ନିବାସୀଙ୍କୁ ତଥ୍ୟ ସରକାରଙ୍କ ପାଖରେ ରହିଲେ, ଜନକଲ୍ୟାଣକାରୀ କାମ କରିବା ସହଜ ହେବ । ହେଲେ ବିଜେପି ବିରୋଧ କରୁଥିବା ଏହା ବିଳମ୍ବ ହେଉଥିଲା ବୋଲି ତେଜସ୍ୱୀ କହିଛନ୍ତି । ସେପଟେ ତେଜସ୍ୱୀଙ୍କୁ ଜବାବ ଦେଇଛନ୍ତି ବିଜେପି ସାଂସଦ ସୁଶୀଲ ମୋଦୀ ।