ଯୁକ୍ତ ୩ କଲେଜରେ ନାମଲେଖା : କଟ୍ଅଫ୍ ମାର୍କରେ ସର୍ବକାଳୀନ ରେକର୍ଡ

133

କନକ ବ୍ୟୁରୋ : ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ ୩ କଲେଜରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଏଥର କଟ୍ଅଫ୍ ମାର୍କରେ ସର୍ବକାଳୀନ ରେକର୍ଡ ହୋଇଛି । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଢିବା ପାଇଁ ରାଜ୍ୟରେ ସର୍ବାଧିକ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥିବାରୁ କଟ୍ ଅଫ୍ ମାର୍କ ସବୁଠୁ ଅଧିକ ରହିଛି । କଳା, ବାଣିଜ୍ୟ ଓ ବିଜ୍ଞାନରେ ବିଜେବିରେ କଟ୍ଅଫ୍ ମାର୍କ ସର୍ବାଧିକ ରହିଛି ।

ପ୍ରଥମ ଥର ପାଇଁ ସବୁ ବିଭାଗ(ସଂସ୍କୃତ ବ୍ୟତୀତ)ରେ କଟ୍‌ଅଫ୍‌ ମାର୍କ ୯୦% ଉପରରେ ରହିଛି । ଏମିତିକି କଳା ବିଭାଗରେ ସର୍ବାଧିକ କଟ୍‌ଅଫ୍‌ ମାର୍କ ୯୫ ଉପରେ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭୁବନେଶ୍ବର ସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ପଢ଼ିବା ଲାଗି ରାଜ୍ୟର ସର୍ବାଧିକ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରିଥିବାରୁ ଏଠାରେ କଟ୍‌ ଅଫ୍‌ ମାର୍କ ସବୁଠାରୁ ଅଧିକ ରହିଛି ।

କଟ୍ଅଫ୍ ମାର୍କରେ ସର୍ବକାଳୀନ ରେକର୍ଡ
ବିଜେବି କଲେଜ
ଭୂଗୋଳ- ୯୫.୨୦ %
ଅର୍ଥନୀତି- ୯୨.୧୭%
ଇଂରାଜୀ- ୯୨%
ରାଜନୀତି ବିଜ୍ଞାନ- ୯୧.୬୦%
ପଦାର୍ଥ ବିଜ୍ଞାନ- ୯୬.୪୦%
ଗଣିତ- ୯୫.୮୦%
ପରିସଂଖ୍ୟାନ- ୯୫.୮୦%
ପ୍ରାଣୀ ବିଜ୍ଞାନ- ୯୬.୪୦%

କଟ୍ଅଫ୍ ମାର୍କରେ ସର୍ବକାଳୀନ ରେକର୍ଡ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ- ୯୨.୨୦% (ବାୟୋ ଟେକ୍ନୋଲୋଜି)
ଫକୀର ମୋହନ ମହାବିଦ୍ୟାଳୟ- ୮୦.୬୭% (ହିନ୍ଦୀ)
ଶୈଳବାଳା ମହାବିଦ୍ୟାଳୟ- ୭୮% (ଓଡ଼ିଆ)
ନୟାଗଡ଼ କଲେଜ-୭୭% (ଇଲେକ୍ଟ୍ରୋନିକ୍ସ)
ପିଏନ୍ କଲେଜ- ୭୩.୫୦%(ଭୂଗୋଳ)