ବୈପାରୀଗୁଡା ବିଏସଏଫ କ୍ୟାମ୍ପ ନିକଟରେ ଫୁଟିଲା ଗୁଳି । ବାଲିମେଳା-ବ୍ରହ୍ମପୁର ସରକାରୀ ବସରେ ଗୁଳି ଫୁଟିବାକୁ ନେଇ ଆତଙ୍କ । ଜଣେ ଆହତ

249

କନକ ବ୍ୟୁରୋ : କିଏ ଓ କାହିଁକି କୋରାପୁଟ ବୈପାରୀଗୁଡା ବିଏସଏଫ କ୍ୟାମ୍ପ ନିକଟରେ ଗୁଳି ଫୁଟାଇଲା ଏବେ ସନ୍ଦେହ ଘେରେର । ଗତକାଲି ବାଲିମେଳାରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସରେ ଏହି ଗୁଳି ଫୁଟିଛି । ଏଥିରେ ଜଣେ ଆହତ ହୋଇଛନ୍ତି । ବସରେ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତଙ୍କୁ ବୈପାରୀଗୁଡା ପୁଲିସ ଥାନାରେ ଅଟକ ରଖି ବ୍ୟାଗ ସବୁ ଯାଞ୍ଚ କରୁଛି ।

ରାତି ପ୍ରାୟ ୧୦ଟାରେ ବୈପାରିଗୁଡ଼ା ଠାରୁ ଅଳ୍ପ ଦୂରରେ ରହିଥିବା ବିଏସଏଫ୍ କ୍ୟାମ୍ପ ନିକଟରେ ହଠାତ୍ ଗୁଳି ଫୁଟିବା ଶବ୍ଦ କଣ୍ଡକ୍ଟର ଶୁଣିଥିଲେ । ଏ ନେଇ ଡ୍ରାଇଭରଙ୍କୁ ପଚାରିବାରୁ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଗୋଟିଏ ଝରକା କାଚରେ ଗୁଳିବାଜି ଚାଲି ଯାଇଥିବା ଦେଖି ତୁରନ୍ତ ସେଠାରୁ ବୈପାରିଗୁଡ଼ା ଅଭିମୁଖେ ବସକୁ ନେଇ ଆସିଥିଲେ । ବୈପାରିଗୁଡ଼ା ଥାନାରେ ପହଁଚି ଜଣାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ବସରେ ରହିଥିବା ୧୦ଜଣ ଯାତ୍ରୀଙ୍କୁ ଓହ୍ଲାଇ ପୁଲିସ ବ୍ୟାଗ୍ ଗୁଡ଼ିକୁ ଯାଞ୍ଚ କରୁଛି । ଝରକା କାଚଖଣ୍ଡ ବାଜି ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁଳିମାଡ଼ ଖବର ପାଇ ଜୟପୁର ଏସ୍ଡିପିଓ ହରିଶ ବି.ସି ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ସହ ଆଲୋଚନା କରି ଗୁଳି ଫୁଟିଥିବା ସ୍ଥାନରେ ତଦନ୍ତ କରିଛନ୍ତି ।