ଡ୍ରଗ୍ସ କାରବାରକୁ ନେଇ ଢେଙ୍କାନାଳରେ ଗୁଳିକାଣ୍ଡ । ତିନି ରାଉଣ୍ଡ ଗୁଳିମାଡ, ଜଣେ ଆହତ ।

93

କନକ ବ୍ୟୁରୋ : ନିଶା କରିବାକୁ ବିରୋଧ କରିବାକୁ ଗୁଳିମାରିଦେଲେ  । ପୂର୍ବ ବିବାଦ ଏବଂ ଡ୍ରଗ୍ସ କାରବାରକୁ ନେଇ ଢେଙ୍କାନାଳରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳି ମାଡରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ୨୧ ନମ୍ବର ୱାର୍ଡରେ ଏହି ଗୁଳିମାଡ ହୋଇଛି । ମୋଟ୍ ତିନି ରାଉଣ୍ଡ ଗୁଳିମାଡ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ କିଛି ଦିନ ତଳେ ନରଣପୁରର କିଛି ଯୁବକ ସଞ୍ଜୟ କଲୋନୀ ଭିତରେ ପଶି ଡ୍ରଗ୍ସ ନେଉଥିଲେ । ଏହାକୁ କଲୋନୀ ଲୋକ ବିରୋଧ କରିଥିଲେ । ପରେ ପୂର୍ବ ରାଗ ରଖି ଗତକାଲି ନିଶାଡି ମାନେ କଲୋନୀ ଭିତରେ ପଶି ଫାଇରିଂ କରିଥଲେ । ଏଥିସହିତ ପ୍ରକାଶ ନାୟକ ନାମକ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଞ୍ଜୟ କଲୋନୀ ବାସିନ୍ଦା । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଏବେ ଏହାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।