ପାର୍କିଂକୁ ନେଇ ଝଗଡା କଲେ, ବ୍ଲାଙ୍କ ଫାୟାର କରି ଡରାଇଲେ ।

409

କନକ ବ୍ୟୁରୋ : ରାଜଧାନୀରେ ଫୁଟିଲା ଗୁଳି । ଗାଡି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ କେହି ଆହତ ହୋଇନଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି ।

ମିଳିଥିବା ସୂଚନା ମୁତାବକ, ଜାଗମରାରେ ଗାଡି ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ଭିତରେ ବଚସା ହୋଇଥିଲା । ତେବେ କୌଣସି କାରଣରୁ ଝଗଡା ଅଧିକ ହେବା ସହ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଆଉ ପଡୋଶୀଙ୍କ ମାଡରେ ଆହତ ହୋଇଥିବା ବ୍ଲାଙ୍କ ଫାୟାର କରିଥିଲେ । ପାଖାପାଖି ୨ରୁ ୩ ରାଉଣ୍ଡ ଗୁଳି ଫୁଟାଇଥିଲେ ଯୁବକ । ତେବେ ଗୁଳିମାଡରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି । ସୂଚନା ଅନୁଯାୟୀ, ନିଜର ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଏଭଳି ବ୍ଲାଙ୍କ ଫାୟାର କରିଥିଲେ ଯୁବକ । ତେବେ ପାଖରେ ବନ୍ଧୁକ ଥିବାରୁ କୌଣସି ଲୋକ ବୁଝାସୁଝା କରିବାକୁ ମଧ୍ୟ ସାହସ କରିନଥିଲେ । ତେବେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଗୁଳିକାଣ୍ଡ ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଛନ୍ତି । ଦିନ ଦ୍ୱିପ୍ରହରରେ ଏଭଳି ଖୋଲାଖୋଲି ବ୍ଲାଙ୍କ ଫାୟାର କରିବାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ।