ଦୀପାବଳିରେ ଅଘଟଣ ! ବାଣ ଫୁଟାଇବା ବେଳେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା, ବହୁ ଘର ଜଳିପୋଡି ପାଉଁଶ ।

ଭଦ୍ରକରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି ।

155

ଆଲୋକର ଉତ୍ସବ ଭିତରେ ଆସିଛି ଅଘଟଣର ଖବର । ଭଦ୍ରକରେ ବାଣ ଫୁଟାଇବା ବେଳେ ଅଘଟଣ ଘଟିଛି । ଏଥିରେ ୨ଶିଶୁଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ବାଲିଖଣ୍ଡର ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ବାରିକପୁର ପାଇମୋରାର ଜଣେ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ବାଣ ଫୁଟାଇ ବଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ପବିତ୍ର ଦୀପାବଳି ଅବସରରେ ଲୋକମାନେ ବଡବଡିଆ ଡାକି ପିଠା ପଣା କରି ମଉଜ କରୁଥିବା ବେଳେ ରାଜ୍ୟରେ କେତେକ ସ୍ଥାନରେ ବାଣ ଫୁଟାଇବା କାରଣରୁ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକରେ ବାଣ ଫୁଟାଇବା ବେଳେ ୨ ଶିଶୁଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ଠିକ ସେହିଭଳି ବାଲିଖଣ୍ଡରେ ମଧ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ମଇତାପୁରରେ ଜଣେ ୪ ବର୍ଷର ଶିଶୁ ବାଣ ନିଆଁରେ ପୋଡି ଆହତ ହୋଇଥିବା ଜଣାପଡିଛି । ଚାନ୍ଦବାଲିରେ ବାଣ ଫୁଟିବା ସମୟରେ ନିଆଁରେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଯାଜପୁରରୋଡ ଅଂଚଳରେ ବାଣଫୁଟାଇବା ବେଳେ ଜଣେ ବାଳକର ଆଖିରେ ଆଘାତ ଲାଗିଛି । ଉଦଳା ଜାମୁନା ଗାଁରେ ୩ ଜଣ ଏବଂ ବରହମପୁରରେ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।