ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ: ଭିସି ଅଫିସରେ ଲାଗିଛି ନିଆଁ

662

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ବିଶ୍ୱବିଦ୍ୟାଳୟର ଭିସି ଅଫିସରେ ଲାଗିଛି ନିଆଁ । ଭିସି ଅଫିସ ଭିତରେ ଥିବା ସିଣ୍ଡିକେଟ ହଲରେ ଅଗ୍ନିକାଣ୍ଡ ସୂଚନା । ହଲରେ କିଛି ସମୟ ପୂର୍ବରୁ ବୈଠକ ଚାଲିଥିଲା । ମାତ୍ର ବୈଠକର କିଛି ସମୟ ପରେ ହଲରେ ନିଆଁ ଲାଗିଥିବା ଜଣାପଡିଛି ।

ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ଜଣା ପଡିନଥିବା ବେଳେ କ୍ଷୟକ୍ଷତିର ମଧ୍ୟ ସୂଚନା ମିଳିନି । ତେବେ ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି ।