ପଥରଦ୍ୱାର ଗାଁରେ ଭୟାବହ ଅଗ୍ନିକାଣ୍ଡ : ନିଆଁ ଲାଗି ୬ଟି ପରିବାରର ୮ ବଖରା ଘର ପୋଡି ପାଉଁଶ

91

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ପଥରଦ୍ୱାର ଗାଁରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗି ୬ଟି ପରିବାରର ୮ ବଖରା ଘର ପୋଡି ପାଉଁଶ ହୋଇଛି । ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ପରିବାର । ଗତକାଲି ରାତିରେ ନିଆଁ ଲାଗି ଚାହୁଁ ଚାହୁଁ ଜଳିଗଲା ୮ ବଖରା ଘର । ଖବର ପାଇ ଖଣ୍ଡପଡା ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛି ।

ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ଗାଁର ଲଡୁକିଶୋର ବିଶ୍ୱାଳ, ସର୍ବେଶ୍ୱର ବିଶ୍ୱାଳ, ବଂଶୀଧର ବିଶ୍ୱାଳ ଓ ଅନାଦି ସାସମଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ବିଜୁଳି ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।