ମଝି ନଈରେ ନିଆଁ : ଆନ୍ଧ୍ର-ଓଡ଼ିଶା ସୀମା ଗୋଦାବରୀ ନଦୀରେ ଅଭାବନୀୟ ଘଟଣା, ସିଲିଣ୍ଡର ଫାଟି ମଟର ବୋଟରେ ଅଗ୍ନିକାଣ୍ଡ

22

କନକ ବ୍ୟୁରୋ : ମଝି ନଈରେ ମଟର ବୋଟରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୧୨୦ ଜଣ ପର୍ଯ୍ୟଟକ । ଆନ୍ଧ୍ର ଓଡ଼ିଶା ସୀମା ନିକଟବର୍ତ୍ତୀ ରାଜମହେନ୍ଦ୍ରି ଜିଲ୍ଲା ପପିକୁଣ୍ଡାଳୁରେ ଗୋଦାବରୀ ନଦୀରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ପ୍ରାୟ ୧୨୦ ପର୍ଯ୍ୟଟକଙ୍କୁ ନେଇ ନୌକା ବିହାରରେ ବାହାରି ଥିବା ମୋଟର ବୋଟରେ ସିଲିଣ୍ଡର ଫାଟିବା କାରଣରୁ ନିଆଁ ଲାଗି ଯାଇଥିଲା ।

ଅଳ୍ପ ସମୟ ମଧ୍ୟରେ ଭୟାବହ ଅଗ୍ନିକାଣ୍ଡ ଘଟି ମୋଟର ବୋଟଟି ସମ୍ପୁର୍ଣ୍ଣ ରୁପେ ପୋଡ଼ି ପାଉଁଶ ହୋଇଯାଇଥିଲା । ବୋଟରେ ଥିବା ସମସ୍ତ ଯାତ୍ରୀ ପାଣିକୁ ଡ଼େଁଇ ନିଜ ଜୀବନ ବଂଚାଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଂଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ରହିଛି ।