ପୁରୀ ଭିଆଇଭି ରୋଡରେ ଥିବା ହୋଟେଲ ‘ପ୍ରାଇଡ୍ ଅନନ୍ୟା’ରେ ଅଗ୍ନିକାଣ୍ଡ ! ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବା ସନ୍ଦେହ

39

କନକ ବ୍ୟୁରୋ: ଆଜି ସକାଳେ ପୁରୀ ଭିଆଇଭି ରୋଡରେ ଥିବା ବହୁତଳ ବିଶିଷ୍ଟ ହୋଟେଲ ‘ପ୍ରାଇଡ୍ ଅନନ୍ୟା’ରେ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି । ହୋଟେଲର ମେଣ୍ଟେନାନ୍ସ ରୁମରୁ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି ।

ଅନ୍ୟପଟେ, ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଜରଦାଠାରେ ଥିବା ସିଡବ୍ଲ୍ୟୁଏସ ହସ୍ପିଟାଲ ପରିସରରେ ଥିବା ଏକ ଏଟିଏମ ଗତକାଲି ରାତିରେ ଜଳି ଯାଇଛି। କେତେକ ଦୁର୍ବୃତ୍ତ ଏଟିଏମ ଲୁଟ୍ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏଟିଏମଟି ଜଳିଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଏଟିଏମ ଲୁଟ୍ ହୋଇଛି କିମ୍ବା ନାହିଁ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଆସି ଯାଞ୍ଚ କରିବା ପରେ ଲୁଟ୍ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିବ ବୋଲି କୁହାଯାଉଛି।