କନକ ବ୍ୟୁରୋ: ମୁକ୍ତିକାନ୍ତଙ୍କୁ ହୋର୍ଡିଂରୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ । ପ୍ରଥମେ ମୁକ୍ତିକାନ୍ତଙ୍କ ଉପରକୁ ପାଣି ମାଡ କରିଥିଲେ । ଫଳରେ ତାଙ୍କ ଶରୀରରୁ ଡିଜେଲ ଧୋଇ ହୋଇଯାଇଥିଲା । ପରେ କିଛି ଅଗ୍ନିଶମ କର୍ମଚାରୀ ହୋଡିଂରେ ଚଢିଥିଲେ ଆଉ କିଛି ଲାଡର ସାହାଯ୍ୟରେ ତାଙ୍କ ପାଖରେ ପହଞ୍ଚି ମୁକ୍ତିକାନ୍ତଙ୍କୁ କାବୁ କରିଥିଲେ । ୪ ଘଣ୍ଟା ପରେ ଉଦ୍ଧାର ହେଲେ ମୁକ୍ତିକାନ୍ତ । ଏବେ ତାଙ୍କୁ ପ୍ରାରମ୍ଭିକ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନିଆଯିବ ବୋଲି ସୂଚନା ମିଳିଛି ।

Advertisment

ଶିଶୁ ଭବନ ଛକରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେପଟେ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଥିଲା । ହୋର୍ଡିଂ ଉପରେ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ମୁକ୍ତିକାନ୍ତ । ରାଉରକେଲାରୁ ସମସ୍ୟା ନେଇ ଭୁବନେଶ୍ୱର ଆସିଥିଲେ । ୭ ଦିନ ଅପେକ୍ଷା ପରେ ବି ସାକ୍ଷାତ ନହେବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ହୋଡିଂ ଉପରେ ଚଢି ଦେହରେ ଡିଜେଲ ଢାଳି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ।