ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଗଲା ନିଆଁ । ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଗଲେ ୪୦ରୁ ୫୦ ଯାତ୍ରୀ 

115
କନକ ବ୍ୟୁରୋ : ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତିଗଲେ ଯାତ୍ରୀ । ରାୟଗଡ଼ା ତାରିଣୀ ଛକ ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ । ବସରେ ଥିବା ୪୦ରୁ ୫୦ଜଣ ଯାତ୍ରୀ ଏହି ଦୁର୍ଘଟଣାରୁ ବର୍ତି ଯାଇଛନ୍ତି ।
ନବରଙ୍ଗପୁର କୋଷାରଗୁମୁଡ଼ାରୁ ପୋଲସାରା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ରାସ୍ତାରେ ଅଚାନକ ବସରେ ନିଆ ଲାଗିଯାଇଥିଲା । ଗାଡ଼ିରେ ଥିବା ଲୋକଙ୍କ ଜିନିଷ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । ହେଲେ ସୌଭାଗ୍ୟକୁ ଯାତ୍ରୀମାନେ ବର୍ତି ଯାଇଛନ୍ତି । ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ ।
ସୂଚନା ଅନୁସାରେ ଗତକାଲି ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ବସଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା ।  ଘଟଣା ସ୍ଥଳରୁ ବସ୍ ଡ୍ରାଇଭର ଓ କଂଡ଼କ୍ଟର ଫେରାର ହୋଇଯାଇଛନ୍ତି । ସେପଟେ ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନାରୁ ଜଣାପଡିଛି