କନକ ବ୍ୟୁରୋ : ରାୟଗଡ଼ା ସହରର କପିଳାସ ରୋଡରେ ଥିବା ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ । କୋଟିଏ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ହାର୍ଡୱାର ଦୋକାନ ପାଖରେ ଥିବା ଅନ୍ୟ ଦୋକାନକୁ ମଧ୍ୟ ନିଆଁ ବ୍ୟାପିଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ପାଖରେ ଥିବା ଔଷଧ ଦୋକନ ମଧ୍ୟ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us