ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ପୀଠରେ ଅଗ୍ନିକାଣ୍ଡ । ଦୀପ ଗୃହରେ ଲାଗିଛି ନିଆଁ…

625
କନକ ବ୍ୟୁରୋ: ପବିତ୍ର ଦିନରେ ବଡ଼ ଅଘଟଣ, ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୀପ ଲଗାଇବା ସ୍ଥାନ ବା ଦୀପ ଗୃହରେ ଲାଗିଛି ନିଆଁ । ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ଦୁଆର ବନ୍ଧ ସବୁ କ୍ଷତି ଘଟିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି ।
ସୂଚନା ମୁତାବକ, ସକାଳୁ ସକାଳୁ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ମହାମାୟାଙ୍କ ଅଷ୍ଟମୀ ପୂଜା କରାଯାଇଥିଲା । ତେବେ ଦୀପ ଗୃହରେ ରଖାଯାଇଥିବା ଦୀପରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି ।  ମା’ଙ୍କ କୃପାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ ବି ପବିତ୍ର ଶକ୍ତିପୀଠରେ ଅଷ୍ଟମି ତିଥିରେ ନିଆଁ ଲାଗିବା ଆଦୌ ଶୁଭଙ୍କର ନୁହେଁ ବୋଲି ପଣ୍ଡିତମାନେ ଚିନ୍ତାପ୍ରକଟ କରିଛନ୍ତି ।