କନକ ବ୍ୟୁରୋ: ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ଯୁବତୀଙ୍କୁ କେମିତି ଫସାଇଥିଲେ ଅର୍ଚ୍ଚନା ନାଗ । କନକ ନ୍ୟୁଜ୍ ହାତରେ ଲାଗିଛି ଖଣ୍ଡଗିରି ଥାନାରେ ଯୁବତୀ ଦେଇଥିବା ଏଫ୍ଆଇଆର କପି । କେମିତି ଅର୍ଚ୍ଚନାର ନାଗଫାଶରେ ଫସିଥିଲେ ଯୁବତୀ ତାର ପୂରା କାହାଣୀ କହିଛନ୍ତି । ଖଣ୍ଡିଗିରି ଥାନାରେ ସମ୍ପୃକ୍ତ ଯୁବତୀ ଦେଇଥିବା ଏତଲା କପିରେ ଗୋଟି ଗୋଟି କରି ଲେଖାଯାଇଛି ଅର୍ଚ୍ଚନାର ହନିଟ୍ରାପ ସାମ୍ରାଜ୍ୟର ଭିତିରି କଥା ।
ନଜର ପକାନ୍ତୁ ଖଣ୍ଡଗିରି ଥାନାରେ ଯୁବତୀ ଦେଇଥିବା ଏତଲା କପିରେ କଣ କଣ ରହିଛି ।
- ଅନେକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ ଅର୍ଚ୍ଚନା
- ଅର୍ଚ୍ଚନାଙ୍କ ମୋବାଇଲରେ ରହିଛି ଏକାଧିକ ଅଶ୍ଳୀଳ ଭିଡିଓ
- ବଡ଼ ବଡ଼ ବ୍ୟବସାୟୀ, ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ତିଆରି କରାଯାଇଥିଲା
- ତାଲିକା ତିଆରି କରୁଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର
- ସେମାନଙ୍କ ସହ ଭିଡିଓ କଲ୍ କରନ୍ତି ଜଗବନ୍ଧୁ ଓ ଖଗେଶ୍ୱର
- ବଡ଼ ବଡ଼ ଲୋକଙ୍କୁ ଫସାଇ ଅଶ୍ଳୀଳ ଭିଡିଓ କରିଥାନ୍ତି
- ଅନେକ ଲୋକ ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ଘରକୁ ଯାଆନ୍ତି
- ଅର୍ଚ୍ଚନାଙ୍କୁ ମୋଟା ଅଙ୍କର ଟଙ୍କା ଦିଅନ୍ତି ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି
- ଅର୍ଚ୍ଚନା ନିଜେ ମଧ୍ୟ ଦେହ ବ୍ୟବସାୟରେ ସଂପୃକ୍ତ ଥିଲେ
- ସ୍ୱାମୀ ଜଗବନ୍ଧୁ ଓ ଖଗେଶ୍ୱର ଥିଲେ ଦେହ ବ୍ୟବସାୟ ପଛର ମାଷ୍ଟର ମାଇଣ୍ଡ
- ୨୦୧୯ରେ ଭୁବନେଶ୍ୱର ଆସିବା ପରେ ଅର୍ଚ୍ଚନା ଓ ଯୁବତୀ ଗୋଟିଏ ମାଲିକଙ୍କ ଘରେ ଭଡା ରହୁଥିଲେ
-ଘର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଭିଡିଓ କରି ଫସାଇବାକୁ କହିଥିଲେ ଅର୍ଚ୍ଚନା
-୨୦୨୦ରେ ଲକଡାଉନ ବେଳେ ଯୁବତୀଙ୍କୁ ଗାଁରୁ ଡକାଇଥିଲେ ଅର୍ଚ୍ଚନା
-ସଂପୃକ୍ତ ଯୁବତୀଙ୍କୁ ନୂଆ ଫୋନ ଦେଇ ନୟାଗଡର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରି ଟଙ୍କା ହଡପ କରିଥିଲେ
-ଅର୍ଚ୍ଚନା ଲକ୍ଷାଧିକ ଟଙ୍କା ନେଇ ଯୁବତୀଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ
-ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୂହୂର୍ତ୍ତିର ଭିଡିଓକୁ ନିଜେ ସୁଟ କରି ବ୍ଲାକମେଲ କରିଥିଲେ ଅର୍ଚ୍ଚନା
ଅନ୍ୟକୁ ଫସାଇବା ପାଇଁ ବିଚ୍ଛାଇଥିବା ମାୟାଜାଲରେ ଏବେ ନିଜେ ଫସିଯାଇଛନ୍ତି ଅର୍ଚ୍ଚନା ନାଗ । ଗୋଟିଏ ପରେ ଗୋଟିଏ କାରନାମାର ସତ ପଦାକୁ ଆସିବା ପରେ ତାଙ୍କ ଅଡୁଆ ବି ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦୁଇଟି ଏତଲା ଉପରେ ତଦନ୍ତ ଆଗକୁ ବଢୁଛି ।
Follow Us