ଟ୍ୱିନସିଟିରେ ବାଣ ଫୁଟାଇ ତଣ୍ଡ ଗଣିଲେ ୨୩୦ ଜଣ : ନିୟମ ନମାନିବାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଫାଇନ ଆଦାୟ କଲା କମିଶନରେଟ ପୁଲିସ

ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଥିଲା ନିର୍ଦ୍ଦେଶ

270

କନକ ବ୍ୟୁରୋ : ଟ୍ୱିନସିଟିରେ ବାଣ ଫୁଟାଇ ତଣ୍ଡ ଗଣିଲେ ୨୩୦ ଜଣ । ୨୩୦ ଜଣଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ଆଦାୟ କରାଯାଇଛି । ନିୟମ ନମାନିବାରୁ କମିସନରେଟ ପୁଲିସ ଫାଇନ ଆଦାୟ କରିଛି । ୧୪୦ ଜଣଙ୍କୁ କୋର୍ଟ ଚାଲାଣ ପାଇଁ ସୁପାରିସ କରାଯାଇଛି । ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଥିଲା ।

source : News18.com

ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ର୍ଦ୍ଦେଶ ଅନୁସାରେ, ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା । ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ ବୋଲି ଅନୁମତି ମିଳିଥିଲା । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳକଙ୍କ ନିର୍ଦ୍ଦେଶକୁ କେହି ମାନିଲେନି । ମନଇଚ୍ଛା ବାଣ ଫୁଟାଇବା ସହ କଟକଣାର ଅବମାନନା କଲେ ।

image courtesy-https://www.businesstoday.in

ଦେଶରେ ବାୟୁ ପ୍ରଦୂଷଣ ବଢୁଥିବାରୁ ଦୀପାବଳିରେ ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀ ଭଳି ଦେଶର ଅନେକ ପ୍ରମୁଖ ସହରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବାରୁ ବାଣକୁ ସଂପୂର୍ଣ୍ଣ ବ୍ୟାନ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ହେଲେ ବାଣ ବ୍ୟବସାୟୀ ଓ କାରିଗରଙ୍କ ଜୀବନ ଜୀବିକାର ଅଧିକାରକୁ ଆଖିରେ ରଖି ସୁପ୍ରିମକୋର୍ଟ ଏହିସବୁ କଡା ସର୍ତ୍ତ ସହ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ।