କ୍ୟାରିବ୍ୟାଗ୍ ବିକ୍ରି ପାଇଁ ଲାଗିଲା ଫାଇନ୍ : ସପିଂ ମଲ ଖାଉଟି ଅଦାଲତ ଦ୍ୱାରା ଦଣ୍ଡିତ

4,987

କନକ ବ୍ୟୁରୋ : କ୍ୟାରିବ୍ୟାଗ୍ ବିକ୍ରିି କରିବାରୁ ଲାଗିଲା ଫାଇନ୍ । ବାଦାମବାଡି ଥାନା ଅଞ୍ଚଳେରେ ଥିବା ଏକ ସପିଂ ମଲ୍ ଖାଉଟି ଅଦାଲତ ଦ୍ୱାରା ଦଣ୍ଡିତ ହୋଇଛନ୍ତି । ଗ୍ରାହକଙ୍କୁ ୧୦ ହଜାର ଟଙ୍କା ଦେବାକୁ ତାଙ୍କୁ ନୋଟିସ୍ କରାଯାଇଛି । କଟକ ବାଦାମବାଡି ଥାନା ଅଞ୍ଚଳରେ ଥିବା ଏକ ସପିଂ ମଲରେ ଗ୍ରାହକ ଜଣକ ସପିଂ କରିସାରିବା ପରେ ତାଙ୍କଠାରୁ କ୍ୟାରିବ୍ୟାଗ ପାଇଁ ଟଙ୍କା ନିଆଯାଇଥିଲା ।

ତେବେ ସପିଂ କରିବା ସମୟରେ କ୍ୟାରିବ୍ୟାଗ ପାଇଁ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ବୋଲି କୁହାଯାଇନଥିଲା । ତା ସହିତ ମଲର କୌଣସି ସ୍ଥାନରେ କ୍ୟାରିବ୍ୟାଗ୍ ପାଇଁ ଦେୟ ଦେବା ନେଇ କିଛି ସୂଚନା ଲେଖା ଯାଇନଥିଲା । ତା ପରେ ବି ତାଙ୍କଠାରୁ ଅଧିକ ଟଙ୍କା ନିଆଯାଇଥିଲା । ଯାହାର ବିରୋଧ କରିବା ସହିତ ଲିଗାଲ ନୋଟିସ୍ ପଠାଇଥିଲ ମଧ୍ୟ କିଛି ସୁଫଳ ମିିନଥିଲା । ଏହାପରେ ସେ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ ।