ସ୍କୁଲ ଯାଉନଥିବା ଛାତ୍ରୀଙ୍କୁ ଖୋଜିବ ରାଜ୍ୟ ସରକାରଙ୍କର ଦୁଇ ବିଭାଗ ।

42

କନକ ବ୍ୟୁରୋ : ଛାତ୍ରୀଙ୍କୁ ଖୋଜିବେ ରାଜ୍ୟ ସରକାରଙ୍କ ଦୁଇ ବିଭାଗ । ସ୍କୁଲ ଯାଉନଥିବା ଛାତ୍ରୀମାନଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପୂର୍ବରୁ ସ୍କୁଲ ଯାଉନଥିବା ଛାତ୍ରୀଙ୍କ ସଂଖ୍ୟା ନେଇ ଦୁଇ ବିଭାଗ ମଧ୍ୟରେ ଆକାଶ ପାତାଳ ତଫାତ ଦେଖା ଦେଇଥିଲା, ଏହାକୁ ନେଇ ଏବେ ଦୁଇବିଭାଗ ପକ୍ଷରୁ ଛାତ୍ରୀଙ୍କୁ ଖୋଜିବାକୁ ଉଭୟ ବିଭାଗର ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳା ଓ ଶିଶୁ ବିକାଶ ବିଭାଗ ଅନୁଯାୟୀ ୫୮ହଜାର ୮୬୮ଜଣ ଛାତ୍ରୀ ସ୍କୁଲ ଯାଉନଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁଯାୟୀ ୧ହଜାର ୬୧ଜଣ ଛାତ୍ରୀ ସ୍କୁଲ ଯାଉନାହାନ୍ତି ବୋଲି ରିପୋର୍ଟ ଦେଇଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୩୦ଟି ଜିଲ୍ଲାରେ ହୋଇଥିବା ସର୍ଭେରେ ୫୭ହଜାରରୁ ଅଧିକ ଛାତ୍ରୀ ସ୍କୁଲ ଆସୁନଥିବା ରିପୋର୍ଟକୁ ପୁନଃଯାଞ୍ଚ କରି ଆଉଥରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟରେ ଡିଏସଡବ୍ଲୁଓ ଏବଂ ଡିପିସିଙ୍କ ଦସ୍ତଖତ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ ଓ ଗରଶିକ୍ଷା ବିଭାଗ ସଚିବ । ସେହିପରି ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦର ସିଂ ପୁନିଆ ମଧ୍ୟ ଡିପିସିମାନଙ୍କୁ ସ୍କୁଲ ଯାଉନଥିବା ଛାତ୍ରୀମାନଙ୍କୁ ଯାଂଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।