ବଜାରକୁ ଆସୁଛି ହାଇଟେକ୍ ସ୍ମାର୍ଟଫୋନ୍ ! ଦୁଇ ,ତିନି ନୁହଁ ଏକାଥରେ ଲାଗିଛି ୧୬ ଟି କ୍ୟାମେରା ଲେନ୍ସ ।

220

ଦୁଇ ,ତିନି ଏବଂ ଚାରୋଟି କ୍ୟାମେରା ଥିବା ସ୍ମାର୍ଟଫୋନ୍ ବଜାରକୁ ଆସିଯାଇଛି । ଏବେ ବଜାରକୁ ୧୬ ଟି କ୍ୟାମେରା ଲାଗିଥିବା ସ୍ମାର୍ଟଫୋନ୍ ଆସିବାକୁ ଯାଉଛି । କୋରିୟନ୍ କମ୍ପାନୀ ଏଲ୍ ଜି ଏକ ପେଟେଣ୍ଟ୍ ଫାଇଲ୍ କରିଛନ୍ତି ଯେଉଁଥିରେ ୧୬ ଲେନ୍ସ ଥିବା କନସେପ୍ଟ ରହିଛି । ଏଲ୍ ଜି ତରଫରୁ ୧୬ ଲେନ୍ସ ଥିବା ସ୍ମାର୍ଟଫୋନ୍ ପାଇଁ ପେଟେଣ୍ଟ୍ ଫାଇଲ୍ କରାଯାଇଛି ।

ଏହି ହେକ୍ସା ଲେନ୍ସ୍ କନସେପ୍ଟରେ କର୍ଡ ସେଟଅପ୍ ରହିବ ଯେଉଁଥିରେ ୧୬ ଟି ଲେନ୍ସ ମିଶି ଅଲଗା ଅଲଗା ଦୃଷ୍ଟିକୋଣରୁ ଫଟୋଗ୍ରାଫି କରିଛନ୍ତି । ଏହି ପେଟେଣ୍ଟ୍ ମୁତାବକ ସ୍ମାର୍ଟଫୋନ୍ ରିୟର୍ ରେ ହେକ୍ସା ଲେନ୍ସ କ୍ୟାମେରା ସହ ମିରର ଏବଂ ଫ୍ଲାସ୍ କୁ ଅଲଗା ଅଲଗା ରଖାଯିବ । ଏହାଦ୍ୱାରା ଆଲୋକ ବଢିବା ସହ ରିୟର୍ କ୍ୟାମେରାରେ ହିଁ ସେଲଫି କ୍ଲିକ୍ ହୋଇଯିବ ଏବଂ ଏହା ମିରର ଯୋଗୁଁ ସମ୍ଭବ ହୋଇପାରିବ । ଅର୍ଥାତ୍ ଫ୍ରଣ୍ଟ୍ ବଦଳରେ ରିୟର୍ କ୍ୟାମେରାରେ ହିଁ ସେଲ୍ଫି କ୍ଲିକ୍ ହୋଇଯିବ । ଏଭଳି ଟେକ୍ନୋଲଜି ଫ୍ଲିପ୍ ସ୍ମାର୍ଟଫୋନରେ ଦେଖିବାକୁ ମିଳିଥାଏ । ପେଟେଣ୍ଟ୍ ମୁତାବକ ଏହାର ବଡ ଫାଇଦା ହେଉଛି ଗୋଟିଏ ସାଙ୍ଗରେ ଅନେକ ଆଙ୍ଗେଲ୍ ରୁ ଫଟୋ କ୍ଲିକ୍ ହୋଇପାରିବ ଏବଂ ଫଟୋ କ୍ଲିକ୍ ହେବା ପରେ ଏଥିରେ ଆପଣ ପରିବର୍ତ୍ତନ ଆଣିପାରିବେ । ଏହାର ଅର୍ଥ କୌଣସି ବ୍ୟକ୍ତିଙ୍କ ଫଟୋ ଉଠାଇବା ପରେ ତାଙ୍କ ମୁଣ୍ଡକୁ ରୋଟେଟ୍ କରି ଆପଣ ପରିବର୍ତ୍ତନ କରିପାରିବେ । ପେଟେଣ୍ଟ୍ ଅର୍ଥ ନୁହେଁ ଯେ ୧୬ କ୍ୟାମେରା ଥିବା ସ୍ମାର୍ଟଫୋନ୍ ଅତିଶୀଘ୍ର ଆସିଯିବ । ଏହା ଉପରେ ଗବେଷଣା କରାଯାଇ ପରେ ଲଞ୍ଚ୍ କରାଯିବ । ଯଦି ଏଭଳି ଫୋନ୍ ପ୍ରସ୍ତୁତ କରିବାରେ ଅସୁବିଧା ଉପୁଜେ ତେବେ କମ୍ପାନୀ ଏହାକୁ ପ୍ରସ୍ତୁତ କରିବାରୁ ପଛଘୁଞ୍ଚା ମଧ୍ୟ ଦେଇପାରେ ।