ଷ୍ଟୁଡିଓ ଭିତରେ ହାତାହାତି ! ଆଇନଜୀବି ମହିଳାଙ୍କ ଉପରକୁ ହାତ ଉଠାଇଲେ ମୌଲବୀ, ଦୃଶ୍ୟ ଦେଖିଲା ସାରା ଦେଶ ।

36

ଷ୍ଟୁଡିଓ ଭିତରେ ହାତାହାତିର ଚିତ୍ର । ଘଟଣାଟି ହେଉଛି ଏକ ଘରୋଇ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲର । ତିନ୍ ତଲାକ୍ ଓ ନିକାହା ହଲାଲା ପ୍ରସଙ୍ଗରେ ଷ୍ଟୁଡିଓରେ ଗରମାଗରମ୍ ଆଲୋଚନା ଚାଲିଥିଲା । ଆଉ ଏହି ପ୍ରସଙ୍ଗରେ ବିତର୍କରେ ଭାଗ ନେଇଥିବା ଅତିଥିମାନେ ଆଲୋଚନା କରୁଥିଲେ । ଠିକ୍ ଏହି ସମୟରେ ବିତର୍କରେ ଭାଗ ନେଇଥିବା ଜଣେ ମୌଲବୀ ଏବଂ ଜଣେ ମହିଳା ଆଇନଜୀବୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳାଙ୍କ ଉପରେ ହାତ ଉଠାଇ ଦେଇଥିଲେ ମୌଲବୀ । ବଡ କଥା ହେଉଛି ଏହି ବିତର୍କର ସିଧାପ୍ରସାରଣ ଚାଲିଥିଲା ।

ହଠାତ ମୌଲବୀଙ୍କ ଏମିତି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏତେ ରାଗିଯାଇଥିଲେ ଯେ ମୌଲବୀ ଆଇନଜୀବି ମହିଳାଙ୍କ ଉପରେ ହାତ ଉଠାଇବାକୁ ମଧ୍ୟ ପଛାଇନଥିଲେ । ସବୁଠାରୁ ବଡ କଥା ହେଉଛି ଏସବୁ ସିଧାସଳଖ ପ୍ରସାରଣ ହେଉଥିବା ଜାଣି ମଧ୍ୟ ମୌଲବୀ ଏପରି କରିଥିଲେ, ଯାହାକୁ ଦେଖୁଥିଲା ସାରା ଦେଶ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ମୌଲବୀଙ୍କୁ ସେଠାରୁ ଗିରଫ କରିନେଇଥିଲା ।