୫୦ ବର୍ଷ ପରେବି ଚନ୍ଦ୍ରପୃଷ୍ଠରେ ରହିଛି ପାଦଚିହ୍ନ। ନାସା ସେୟାର କଲା ‘ଆପୋଲୋ-୧୧’ର ଭିଡିଓ।

267

କନକ ବ୍ୟୁରୋ: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ଚନ୍ଦ୍ରପୃଷ୍ଠରେ ୫୩ ବର୍ଷ ତଳେ ପାଦ ରଖିଥିବା ବୈଜ୍ଞାନିକ ନିଲ ଆର୍ମଷ୍ଟଙ୍ଗ୍ ଏବଂ ତାଙ୍କର ଚନ୍ଦ୍ରଯାନ ଆପୋଲୋ-୧୧ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବାର ଚିହ୍ନ ଦେଖିବାକୁ ମିଳିଛି । ଏହି ଭିଡିଓଟିକୁ ମହାକାଶରୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଆପୋଲ-୧୧କୁ ଜୁମ କରି ଦେଖାଯାଇଛି । ବୁଧବାର ଆମେରିକା ଚନ୍ଦ୍ରଯାନ ଆପୋଲ-୧୧ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ୫୩ ବର୍ଷ ପୂର୍ତି ଅବସରରେ ନାସା ତାର ଟୁଇଟର ଆକାଉଣ୍ଟରେ ଏହି ଭିଡିଓଟି ସେୟାର କରିଛି । ଏହିଦିନ ପ୍ରଥମ ଥର ପାଇଁ ମଣିଷ ଅନ୍ୟ ଏକ ବିଶ୍ୱରେ ପାଦରେ ରଖିଥିଲା ।

ଚନ୍ଦ୍ରପୃଷ୍ଠକୁ ଯାଇ ପୁଣି ଫେରିଆସିବା ପାଇଁ ନାସା ‘ଆପୋଲୋ’ ମିଶନରେ ଏପର୍ଯ୍ୟନ୍ତ ୧୧ଟି ମହାକାଶଯାନ ଚନ୍ଦ୍ରକୁ ପଠାଇଥିଲେ ମଧ୍ୟ ଏଥିରେ ପୁରା ସଫଳ ହୋଇପାରିନାହିଁ । ଗୋଟିଏ ଗୋଟିଏ ମିଶନ ପାଇଁ ପ୍ରଚୁର ପରିମାଣର ଅର୍ଥ ଖର୍ଚ୍ଚ ହେଉଥିଲେ ବି ଆମେରିକା ଏହା ପଛରେ ଗବେଷଣା ଜାରିରଖିଛି ।

୧୯୬୧ ମସିହାରୁ ନାସା ଚନ୍ଦ୍ରକୁ ଯାଇ ଜୀବିତ ଫେରିବା ପାଇଁ ଗବେଷଣା ଚଳାଇଥିବା ବେଳେ ମୋଟ ୧୧ଟି ମହାକାଶଯାନ ଚନ୍ଦ୍ରକୁ ପଠାଇଛି । ସେଥିରୁ ୬ମିଶନ ଆଂଶିକ ସଫଳ ହୋଇଥିଲେ ମଧ୍ୟ ନିଜ ଲକ୍ଷ ପୂରଣ କରିପାରିନାହିଁ । ଏପରି ସ୍ଥଳେ ପୁଣି ଏକ ମହାକାଶଯାନ ଚନ୍ଦ୍ରକୁ ପଠାଇବାକୁ ଯୋଜନା କରିଛି ଆମେରିକା । ୨୦୨୨ ସୁଦ୍ଧା ଚନ୍ଦ୍ରକୁ ଯାଇ ସେଠାରେ ଓହ୍ଲାଇବା ସହ ସେଠାରୁ ଚନ୍ଦ୍ରପୃଷ୍ଠରୁ ମାଟି ଆଣି ପରୀକ୍ଷା କରିବାକୁ ଯୋଜନା କରିଛି ନାସା । ଜଣେ ମହିଳାଙ୍କୁ ଏହି ଯାନରେ ପଠାଇବାକୁ ନାସା ଯୋଜନା କରିଥିବା ଆମେରିକା ଗଣମାଧ୍ୟମରୁ ସୂଚନା ମିଳିଛି । ଯଦିଓ କେବେ ଏହି ଯାନ ଚନ୍ଦ୍ରକୁ ଛଡାଯିବ ତାହା ନିର୍ଦ୍ଧାରଣ କରାଯାଇନାହିଁ, ତଥାପି ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଯାନକୁ ପଠାଇବାକୁ ଲକ୍ଷ ରଖିଛି ନାସା । ଯଦି ଏହା ସଫଳ ହୁଏ, ତେବେ ଚନ୍ଦ୍ରରେ ଘର କରିବାକୁ ଆଉ ବେଶୀ ଦିନ ଲାଗିବ ନାହିଁ କୁହାଯାଉଛି ।