ଅପରାଧ ସ୍ୱୀକାର କଲେ ଜେଲ ଦଣ୍ଡ ଭୋଗିଥିବା ଅପରାଧୀ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୫୦ଜଣ

162

କନକ ବ୍ୟୁରୋ: ବିଭିନ୍ନ ଅପରାଧ ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କମିଶନରେଟ ପୁଲିସର ଡ୍ରିମ୍ସ ପ୍ରୋଜେକ୍ଟ । ଅପରାଧୀଙ୍କ ମନକୁ ପରିବର୍ତନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଡ୍ରିମ୍ସ ପ୍ରୋଜେକ୍ଟ ଜରିଆରେ ଉଦ୍ୟମ କରାଯାଉଛି । ସେମାନଙ୍କୁ ଯୋଗ, ପ୍ରାଣାୟମ ଶିକ୍ଷା ସହ ପ୍ରବଚନ ଶୁଣିବା ଧାର୍ମିକ ପୁସ୍ତକ ପଢିବାକୁ ଦେଇ ମନ ପରିବର୍ତନ କରିବାକୁ ଉଦ୍ୟମ କରାଯାଉଛି ।

ପ୍ରାଥମିକ ପର୍ଯ୍ୟାୟରେ ୫୦ଜଣ ଅପରାଧୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିଛି । ଡ୍ରିମ୍ସ ପ୍ରୋଜେକ୍ଟରେ ସାମିଲ ଅପରାଧୀମାନେ ନିଜ କୃତ କର୍ମ ପାଇଁ ଅନୁତାପ କରୁଛନ୍ତି । ଆଗକୁ ସେଭଳି ଭୁଲ କରିବେ ନାହିଁ ବୋଲି କ୍ୟାମେରା ଆଗରେ କହିଛନ୍ତି । ଆଗକୁ ଡ୍ରିମ୍ସ ପ୍ରୋଜେକ୍ଟ ଜରିଆରେ ଅପରାଧୀଙ୍କୁ ସୁଧାରିବାକୁ ଉଦ୍ୟମ କରାଯିବ ବୋଲି ପୁଲିସ କହିଛି ।

ସହରରେ ବଢୁଥିବା ଅପରାଧ ଓ ଅପରାଧୀଙ୍କୁ ସୁଧାରିବା ପାଇଁ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲା କମିସନରେଟ ପୁଲିସ । ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ୫୦ ଜଣଙ୍କ ମଧ୍ୟରୁ ୭ରୁ ୮ ଜଣଙ୍କୁ ଛାଡିଦେଲେ ବାକି ସମସ୍ତ ଯୁବକ ନିଶା ସେବନ କରିବା ପରେ କିମ୍ବା ନିଶା ପାଇଁ ଅପରାଧ କରୁଥିବା କମିଶନରେଟ ପୁଲିସର ରେକର୍ଡ କହୁଛି ।