କନକ ବ୍ୟୁରୋ : ଭାରତୀୟ ଫୁଟବଲ ସଂଘ ଉପରୁ କଟକଣା ହଟାଇଲା ଫିଫା । ତେଣୁ ଭାରତରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ପୂର୍ବପରି ହେବ । ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତରେ ହେବ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ । ଗତ ସପ୍ତାହରେ ଫିଫା ବାହ୍ୟ ହସ୍ତକ୍ଷେପ ଦର୍ଶାଇ ଭାରତୀୟ ଫୁଟବଲ ସଂଘକୁ ବାସନ୍ଦ କରିଥିଲା ।

Advertisment

ସୁପ୍ରିମକୋର୍ଟ ଏଆଇଏଫ୍ଏଫର ପରିଚାଳନା ପାଇଁ ତିନିଜଣିଆ ପ୍ରଶାସନିକ କମିଟି ନିଯୁକ୍ତ କରିଥିଲେ । କିନ୍ତୁ ଫିଫା ଗାଇଡଲାଇନ୍ ଅନୁଯାୟୀ ଏହାକୁ ହସ୍ତକ୍ଷେପ ବୋଲି ବିବେଚନା କରାଯାଉଥିଲା । ଏହି କାରଣରୁ ଫିଫା ଭାରତୀୟ ଫୁଟବଲ ସଂଘ ଉପରେ ପ୍ରତିବନ୍ଧକ ଲଗାଇଥିଲା । ସେହିପରି ଆସନ୍ତାକାଲି ଭାରତୀୟ ଫୁଟବଲ ସଂଘ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ଏବେ ଏହାକୁ ସପ୍ତାହକ ପାଇଁ ସ୍ଥଗିତ ରଖାଯାଇଛି ।