କେତେ ଶକ୍ତିଶାଳୀ ତାଲିବାନ ? ଯାହାଙ୍କ ଆଗରେ ହାର ମାନିଗଲେ ତାଲିମପ୍ରାପ୍ତ ଆଫଗାନିସ୍ତାନ ସୈନିକ

347

କନକ ବ୍ୟୁରୋ : କେତେ ଶକ୍ତିଶାଳୀ ତାଲିବାନ ? ଯାହାଙ୍କ ଆଗରେ ହାର ମାନିଗଲେ ତାଲିମପ୍ରାପ୍ତ ଆଫଗାନିସ୍ତାନ ସୈନିକ । ସପ୍ତାହକ ମଧ୍ୟରେ କାବୁଲ କବଜା କରିନେଲା ତାଲିବାନ । ତାଲିବାନର କାବୁଲ ଦଖଲ ପରେ ଏବେ ଏନେଇ ଚର୍ଚ୍ଚା ଜୋର ଧରିଛି । ଦୁନିଆର ଅଧିକାଂଶ ଦେଶର ସୈନ୍ୟ ଅପେକ୍ଷା ତାଲିବାନ ଅଧିକ ସଶସ୍ତ୍ର ! ପାକିସ୍ତାନ, ଭାରତ ଓ ଇରାନ ସୈନ୍ୟଙ୍କ ଅପେକ୍ଷା ଭଲ ବୋଲି କୁହାଯାଉଛି । ଆମେରିକା ସ୍ଥାୟୀ ଆଫଗାନ ସେନା ଓ ପୋଲିସ ପ୍ରସ୍ତୁତ କରିବାରେ ବିଫଳ ହୋଇଛି ।

ପରାଜୟ କାରଣ ସାମରିକ ବିଶ୍ଳେଷକ ମାନେ ବର୍ଷ ବର୍ଷ ଧରି ଅଧ୍ୟୟନ କରିବେ । ଜର୍ଜ ଡବ୍ଲୁ ବୁଶ ଓ ବାରାକ ଓବାମା ପ୍ରଶାସନ ସମୟରେ ଆଫଗାନିସ୍ତାନ ଯୁଦ୍ଧ ରଣନୀତିକୁ ପ୍ରତ୍ୟେକ୍ଷ କରିବାରେ ସାହାଯ୍ୟ କରୁଥିବା ଅବସରପ୍ରାପ୍ତ ଆର୍ମି ଜେନେରାଲ ଡଗ୍ ଲୁଟ୍ କହିଛନ୍ତି, ଆଫଗାନିସ୍ତାନ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ପାଇନାହାନ୍ତି । ଯୁଦ୍ଧର ନୀତି ହେଉଛି, ନୈତିକ କାରଣ ଗୁଡିକ ବସ୍ତୁଗତ କାରଣ ଉପରେ ପ୍ରାଧାନ୍ୟ ଦେଇଥାଏ । ଆଫଗାନିସ୍ତାନର ତାଲିବାନ ବିଦ୍ରୋହୀମାନଙ୍କ ସଂଖ୍ୟା କମ୍ ଥିଲା । କମ୍ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବାୟୁ ସେନା ଶକ୍ତି ବିନା ନିଜର ଶକ୍ତି ପ୍ରମାଣ କରିଛନ୍ତି ।