ମେଡିକାଲ କଲେଜରେ ଚାକିରି ନାଁରେ ଠକେଇ : ଟଙ୍କା ଦେଇ ଚାକିରି ପ୍ରତିଶ୍ରୁତି ଦେଉଛନ୍ତି ଦଲାଲ; ଡିନଙ୍କ ନକଲି ଦସ୍ତଖତ, ଷ୍ଟାମ୍ପ ବ୍ୟବହାର

146

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଚାକିରି ନାଁରେ ଠକେଇ । ଟଙ୍କା ଦେଲେ ମିଳିବ ଚାକିରି । ମେଡିକାଲ କଲେଜରେ ଚାକିରି ଦେବା ନାଁରେ ଚାଲିଛି ସଉଦା । ନୂଆ ନୂଆ ଆରମ୍ଭ ହୋଇଥିବା ସୁନ୍ଦରଗଡ଼ ମେଡିକାଲ କଲେଜରୁ ଏପରି ଅଭିଯୋଗ ସାମ୍ନାକୁ ଆସିଛି । ଜିଲ୍ଲାର ଏନଟିପିସି ମେଡିକାଲ କଲେଜରେ ଚଳିତ ବର୍ଷରୁ ଆରମ୍ଭ ହୋଇଛି ପାଠପଢା । ଆଉ ପାଠପଢା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଛି ଠକେଇ ।

ମେଡିକାଲ କଲେଜ ଡିନଙ୍କ ନକଲି ଦସ୍ତଖତ, ଷ୍ଟାମ୍ପ ଓ ରାଜ୍ୟ ସରକାରଙ୍କ ଲୋଗ ବ୍ୟବହାର କରାଯାଇ ଦିଆଯାଉଛି ସାର୍ଟିଫିକେଟ୍ । ଆଉ ଦଲାଲ ଲକ୍ଷ ଟଙ୍କା କାରବାର କରୁଛନ୍ତି । ଆଟେଡାଣ୍ଟ ଚାକିରି ପାଇଁ ୪୦ ହଜାର ଟଙ୍କା । ସୁପରଭାଇଜର ପାଇଁ ୮୦ ହଜାରରୁ ଦେଢ ଲକ୍ଷ ଟଙ୍କାର ସଉଦା ହେଉଛି । କିଛି ମେଡିକାଲ ଓ ଏନଟିପିସି ମେଡିକାଲ କଲେଜର କର୍ମଚାରୀ ଏପରି କାମ କରୁଥିବା ଅଭିଯୋଗ ହୋଇଛି । ଗାଁ ଗାଁରେ ଏହି କାରବାର ପାଇଁ ଅଛନ୍ତି ଏଜେଣ୍ଟ । ଗାଁର ଶିକ୍ଷକମାନଙ୍କୁ ମଧ୍ୟ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଉଛି ।