ମି ଠୁ କ୍ୟାମ୍ପେନକୁ ନେଇ ବଲିଉଡରେ ହଇଚଇ : ନନ୍ଦିତା ଦାସଙ୍କ ସହ ୧୧ ନିର୍ଦ୍ଦେଶିକା ଯୌନ ଉତ୍ପୀଡନ ନିର୍ଦ୍ଦେଶକ ସହ କରିବେନି କାମ

40

ମି ଠୁ କ୍ୟାମ୍ପେନ ପ୍ରକ୍ରିୟା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ମିଳିତ ସ୍ୱରରେ ସ୍ୱର ଉତ୍ତୋଳନ କରିଛନ୍ତି । ବିଲଉଡର ବଡ ବଡ ହସ୍ତୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ୧୧ ଜଣ ମହିଳା ନିର୍ଦ୍ଦେଶକ ଏଭଳି ଅଭିଯୋଗ ଆସିଥିବା କଳାକାରଙ୍କ ସହ କାମ କରିବେନି ବୋଲି ଘୋଷଣା କରିଛନ୍ତି । ଏହି ମିଳିତ ବିବୃତି ସୋସିଆଲ ମିଡିଆରେ ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ନନ୍ଦିତା ଦାସ, କିରଣ ରାଓ, କୋଙ୍କଣା ସେନ ଶର୍ମା, ଗୌରୀ ସିନେ୍ଧ, ମେଘନା ଗୁଲଜାର ଓ ଜୋୟା ଅଖତାର ଅଛନ୍ତି । ବୟାନରେ କୁହାଯାଇଛି ଯେ, ମହିଳାଙ୍କ ନିର୍ମାତା ଓ ନିର୍ଦ୍ଦେଶକ ଭାବେ ସେମାନେ ମି ଠୁ କ୍ୟାମ୍ପେନକୁ ସମର୍ଥନ ଦେଉଛନ୍ତି । ଅଭିଯୋଗ ଆସିଥିବା ଲୋକଙ୍କ ସହ କାମ ନ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ଅନ୍ୟମାନଙ୍କୁ ବି ଏଭଳି କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

ଗତ ମାସରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଏହା ପରେ ଅନେକ ମହିଳା ବିଭିନ୍ନ ହସ୍ତୀଙ୍କ ନାଁରେ ଏଭଳି ଅଭିଯୋଗ ଆଣିଥିଲେ । ଫିଲ୍ମ ଓ ମିଡିଆ ଜଗତର ହସ୍ତୀଙ୍କ ନାଁରେ ଏହି ଅଭିଯୋଗ ଆସିଥିଲେ । ଏହା ପରେ ବଲିଉଡ ଜଗତର ସବୁଠାରୁ ଅଧିକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସାଜିଦ୍ ଖାନ ଓ ନାନା ପାଟେକର ସୁଟିଂ ଚାଲିଥିବା ଅପକମିଂ ଫିଲ୍ମ ଛାଡିବାକୁ ଘୋଷଣା କରିଛନ୍ତି । ଆଲୋକ ନାଥ, ସୁବାସ ଘାଇ, ସାଜିଦ ଖାନ, ଶକ୍ତି କପୁର, ବିକାଶ ବହଲ ଓ ଅନ୍ୟ ହସ୍ତୀଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ ଆସିଛି ।