ପବ-ଜି ଗେମର ଜାଗା ନେବାକୁ ଆସୁଛି ଫୌ-ଜି । ଜାନୁଆରୀ ୨୬ରେ ହେବ ଲଞ୍ଚ

70

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଲୋକପ୍ରିୟ ଗେମିଂ ଆପ୍ ପବ-ଜି ଭାରତରୁ ବ୍ୟାନ୍ ହେବା ପରେ ଏବେ ଆସୁଛି ଫୌ-ଜି । ଯାହାକି ଆସନ୍ତାକାଲି ଗଣତନ୍ତ୍ର ଦିବସରେ ଲଞ୍ଚ ହେବ । ଏହା ପୂର୍ବରୁ କମ୍ପାନୀ ପ୍ଲେ-ଷ୍ଟୋରରେ ଏହାର ପ୍ରି ରେଜିଷ୍ଟ୍ରେସନ ଆରମ୍ଭ କରିଛି ।

ଆଣ୍ଟ୍ରୋଏଡ୍ ୮ କିମ୍ବା ଏହାଠାରୁ ଅଧିକ ଭର୍ସନର ମୋବାଇଲରେ ଏହି ଗେମ୍ ଉପଲବ୍ଧ ହୋଇପାରିବ । ତେବେ ଏହା ପୂର୍ବରୁ କମ୍ପାନୀ ଏହାର ରେଜିଷ୍ଟ୍ରେସନ ଆରମ୍ଭ କରିଛି । କୌଣସି ଲୋକ ଏଥିରେ ରେଜିଷ୍ଟ୍ରେସନ କରିବା ପରେ ଯେତେବେଳେ ଏହା ଲଞ୍ଚ ହେବ ସେତେବେଳେ ତାଙ୍କ ପାଖକୁ ତୁରନ୍ତ ନୋଟିଫିକେସନ ଆସିଯିବ ବୋଲି କୁହାଯାଇଛି ।

ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ କରି ଫୌ-ଜି ଗେମ୍ ବିଷୟରେ ଘୋଷଣା କରାଯାଇଥିଲା । ଏହି ଗେମ୍ ପବ-ଜି ଗେମ୍ ଭଳି ୟୁଜର୍ସଙ୍କ ମନକୁ ଛୁଇଁପାରିବା ସହିତ ଲୋକପ୍ରିୟ ହୋଇପାରିବ ବୋଲି କମ୍ପାନୀ ଦାବି କରିଥିଲା । ଏବେ ଜାନୁଆରୀ ୨୬ ତାରିଖରେ ଏହି ଆପ୍ ଲଞ୍ଚ କରିବାକୁ ଯାଉଛି ।