ପୁଅକୁ ବଳି ଦେଇଥାଆନ୍ତା ବାପା! ଉଦ୍ଧାର କଲେ ସ୍ଥାନୀୟ ଲୋକେ । କପ୍ତିପଦା ନୁଦଡ଼ିଆ ଅଞ୍ଚଳରେ ଚାଞ୍ଚଲ୍ୟ ।

Advertisment
ପୁଅକୁ ବଳି ଦେଇଥାଆନ୍ତା ବାପା! ଉଦ୍ଧାର କଲେ ସ୍ଥାନୀୟ ଲୋକେ । କପ୍ତିପଦା ନୁଦଡ଼ିଆ ଅଞ୍ଚଳରେ ଚାଞ୍ଚଲ୍ୟ ।

କନକ ବ୍ୟୁରୋ: ଜନ୍ମକଲା ପୁଅକୁ ବାପା-ମା’ଙ୍କ ବଳି ଉଦ୍ୟମ ଅଭିଯୋଗ । ବଳି ଉଦ୍ୟମରେ ବିଫଳ ହୋଇଛନ୍ତି ଅଭିଯୁକ୍ତ ବାପା-ମା’ । ନାବାଳକ ପୁଅକୁ ବଳି ଦେବାକୁ ନେଉଥିବା ବେଳେ ସ୍ଥାନୀୟ ଯୁବକ ଉଦ୍ଧାର କରିଛନ୍ତି । ଏଭଳି ଏକ ଘଟଣା ଘଟିଛି, କପ୍ତୀପଦା ଥାନା ନୁଦଡ଼ିଆ ଅଞ୍ଚଳରେ । ଗତକାଲି ରାତିରେ ନାବାଳକ ପୁଅକୁ କୁକୁନ୍ଦରାଣୀ ହୁଡ଼ିକୁ ବଳି ଦେବା ପାଇଁ ନେଉଥିଲେ ଉଦଳା ଥାନା ଛୋଟରାୟପୁର ଅଞ୍ଚଳର ସିଦ୍ଧ ମାରଣ୍ଡି ଏବଂ ଫୁଲ ମାରଣ୍ଡି । ହେଲେ ଏହି ଉଦ୍ୟମରେ ବିଫଳ ହୋଇଛନ୍ତି ଅଭିଯୁକ୍ତ ବାପା-ମା’ । ଘଟଣା ନେଇ କପ୍ତିପଦା ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe