ମୁକ୍ତି ଅପେକ୍ଷାରେ ପଙ୍କଜ ! ପୁଅକୁ କଡ଼ିରେ ବାନ୍ଧିରଖିବା ପାଇଁ ବାଧ୍ୟ ହୋଇଛନ୍ତି ବାପା ।

29

ସାରା ଦେଶ ଆଜି ସ୍ୱାଧୀନତା ଦିବସକୁ ନେଇ ଖୁସି ମନାଉଛନ୍ତି । କିନ୍ତୁ ସେପଟେ କଟିହାରର ମଣିହାରୀ ଅନୁମଣ୍ଡଳର ପଟେଲ ଟୋଲାରେ ବାସ କରୁଥିବା ଜଣେ ୧୫ ବର୍ଷିୟ ଯୁବକ ଦନ୍ମରୁ ଆଜି ଯାଏ ସ୍ୱାଧୀନତାର ରାସ୍ତାକୁ ଚାହିଁ ବସିଛି । ପଙ୍କଜଙ୍କୁ ତାଙ୍କ ବାପା କଡିରେ ବାନ୍ଧି ଘର ଭିତରେ ବନ୍ଦି କରି ରଖିଛନ୍ତି ।

ସୂଚନା ଅନୁଯାୟୀ, ପଙ୍କଜ ଜନ୍ମରୁ ମାନସିକ ରୋଗରେ ପିଡିତ । ତାଙ୍କ ପିତା ରିକ୍ସା ଚଳାଇ ଘରର ଭରଣ ପୋଷଣ କରିଥାନ୍ତି । ତାଙ୍କ କ୍ଷମତା ଠାରୁ ଅଧିକ ଟଙ୍କା ମେଡିକାଲରେ ପୁଅ ପିଛାରେ ଖର୍ଚ୍ଚ କରିସାରିଛନ୍ତି । କିନ୍ତୁ ଏତେ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ତାଙ୍କ ପୁଅ ଆଉ ଭଲ ହୋଇପାରିବ ନାହିଁ ବୋଲି ଡାକ୍ତର କହିଛନ୍ତି । ପଙ୍କଜଙ୍କ ପରିବାର ଲୋକ ଚାହିଁଲେ ମଧ୍ୟ ତାଙ୍କୁ ଭଲ କରିପାରିବେ ନାହିଁ । ତେଣୁ ତାଙ୍କୁ ତାଙ୍କ ପିତା କଡିରେ ବାନ୍ଧି ଘରେ ବନ୍ଦି କରି ରଖିଛନ୍ତି । ପୁଅର ଏଭଳି କଷ୍ଟ ସହ୍ୟ ନକରିପାରି ଯଦି କେବେ ବାପା ମା’ ପଙ୍କଜଙ୍କୁ କଡିରୁ ଫିଟାଇ ଦିଅନ୍ତି ତେବେ ପଙ୍କଜ ସମସ୍ତଙ୍କୁ ମାରିବା ପାଇଁ ଏବଂ କାମୁଡିବା ପାଇଁ ଗୋଡାଇଥାଏ । କେବଳ ଏହି କାରଣରୁ ପରିବାର ଲୋକେ ପଙ୍କଜକୁ କଡିରେ ବାନ୍ଧି ରଖିଛନ୍ତି ।

କଟିହାରର ସ୍ୱାସ୍ଥ୍ୟ କେନ୍ଦ୍ର ପଙ୍କଜଙ୍କ ଚିକିତ୍ସା କରିନପାରିବା ପାଇଁ ସମ୍ପୁର୍ଣ୍ଣ ହାତ ଟେକି ଦେଇଛନ୍ତି । କାରଣ କଟିହାର ସ୍ୱାସ୍ଥ୍ୟ କେନ୍ଦ୍ରରେ ପଙ୍କଜଙ୍କୁ ଚିକିତ୍ସା କରିବା ପାଇଁ ନା’ତ ସେଠାରେ କୌଣସି ସାଧନ ଅଛି ନା’ତ ସେଭଳି ଡାକ୍ତର ଅଛନ୍ତି । କେବଳ ଏହି କାରଣ ପାଇଁ ପଙ୍କଜଙ୍କ ଚିକିତ୍ସା ହୋଇପାରିନାହିଁ । ପଙ୍କଜ ଜନ୍ମରୁ କଡିରେ ବନ୍ଦି ହୋଇ ରହିଛି ଆଉ ଅପେକ୍ଷା କରିଛି ସେହି ମହାନ ବ୍ୟକ୍ତିର ଯିଏ ଆସି ତାଙ୍କୁ ଏହି ବନ୍ଦି ଜୀବନରୁ ମୁକ୍ତ କରି ଏକ ନୂଆ ଜୀବନ ପ୍ରଦାନ କରିବ ।