ଅସୁର ପାଲଟିଲା ଶ୍ୱଶୁର ! ରାଜନଗରରୁ ଆସିଲା ସାଂଘାତିକ ଅଭିଯୋଗ, ହାତ ଗୋଡ ବାନ୍ଧି ବୋହୁକୁ ବାରମ୍ବାର ଦୁଷ୍ମର୍ମ କରୁଥିଲା ରାକ୍ଷସ ଶ୍ୱଶୁର

43

କନକ ବ୍ୟୁରୋ : ସ୍ୱାମୀ ହାଇଦ୍ରାବାଦରେ ଏପଟେ ବୋହୂ ଉପରେ ଶ୍ୱଶୁରର ନଜର । ରାଇରଙ୍ଗପୁର ପରେ କେନ୍ଦ୍ରାପଡାରୁ ଆସିଛି ଏଭଳି ଏକ ଖବର । ନିଜ ପୁଅର ଅନୁପସ୍ଥିତିର ସୁଯୋଗ ନେଇ ନିଜ ବୋହୂର ହାତଗୋଡ ବାନ୍ଧି ଦୁଷ୍କର୍ମ କରିଛି ସଇତାନ ଶ୍ୱଶୁର । ଆଉ ଏହି ଅଭିଯୋଗ ନେଇ କାନ୍ଦିକାନ୍ଦି ଥାନାରେ ପହଁଚିଛି ବୋହୂ ।

667ନିଜ ଝିଅ ସମାନ ବୋହୂକୁ ହାତ ଗୋଡ ବାନ୍ଧି ଶ୍ୱଶୁର ବାରମ୍ବାର ଦୁଷ୍ମର୍ମ କରିଥିବା ଅଭିଯୋଗ । ଏ ଏମିତି ଏକ ଅଭିଯୋଗ ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରିଯିବ । ସଭ୍ୟ ସମାଜରେ ଏପରି ଅସଭ୍ୟ କାହାଣୀ ଶୁଣିଲେ ଲାଜରେ ମୁଣ୍ଡ ନଇଁଯିବ । ନିଜ ଉପରେ ହୋଇଥିବା ଅଭିଯୋଗର କାହାଣୀ କହିଲା ବେଳେ କାନ୍ଦି କାନ୍ଦି ଗଡିଯାଉଛନ୍ତି ମହିଳା । ରାଇରଙ୍ଗପୁର ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ରାଜନଗରରୁ ପୁଣିଥରେ ଆସିଛି ସଇତାନ ଶ୍ୱଶୁରର କାହାଣୀ ।

ରାଜନଗରର ସଇତାନ ଶ୍ୱଶୁର ତଥା ଅଭିଯୁକ୍ତ କ୍ଷିରୋଦ ଭଦ୍ର । ହେଲେ ଅଭଦ୍ରାମୀର ସୀମା ଉଲଂଘନ କରିଛନ୍ତି ଏହି ସଇତାନ ରୂପୀ ଶ୍ୱଶୁର । ପୁଅ ବାହାରେ ରହୁଥିବା ବେଳେ ବୋହୂ ଏକାକୀ ରହୁଥିବାର ସୁଯୋଗ ନେଇ କରି ଆସୁଥିଲା ଏଭଳି କଳଙ୍କିତ କାର୍ଯ୍ୟ । ହାତ ଗୋଡ ବାନ୍ଧି ନିଜ ପାପ ଇଚ୍ଛାକୁ ପୂର୍ଣ୍ଣ କରୁଥିଲା କ୍ଷିରୋଦ । ବୋହୂ ଏକଥା ପୁଅ ଓ ବନ୍ଧୁବାନ୍ଧବଙ୍କୁ କହିବା ପରେ ମଧ୍ୟ କେହି ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ତେବେ ଶେଷରେ ସାହସ ବାନ୍ଧି ପୋଲିସ ଥାନାରେ ଅଭିଯୋଗ କରିଥିଲେ ବୋହୂ । ରାଜନଗର ଥାନାରେ ବୋହୂ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ କ୍ଷୀରୋଦକୁ ଗିରଫ କରିଛି ପୁଲିସ ।