ବାହାଘର ଆଳରେ ଠକି ହୋଇଗଲେ ସମୁଦୀ : କନ୍ୟାପିତା ଲୁଟି ନେଲେ ୨୨ ଲକ୍ଷ ଟଙ୍କା

69

କନକ ବ୍ୟୁରୋ : ଠକେଇ ପାଇଁ ମିଛ ବାହାଘର । ଶୁଣିଲେ ଆଶ୍ଚର୍ଯ ଲାଗୁଥିଲେ ମଧ୍ୟ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।  ହୁଏତ ଘଟଣାଟିରେ ରହସ୍ୟ ଭର୍ତି ହୋଇ ରହିଛି। ତେବେ ଜଣେ କନ୍ୟାପିତା ନିଜ ଝିଅକୁ ବାହା କରି ସମୁଦୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏଭଳି ଅଭିଯୋଗକୁ ନେଇ ପୁଲିସ ତନାଘନା କରୁଥିବା ବେଳେ କନ୍ୟାପିତା ଫେରାର ହୋଇଯାଇଛନ୍ତି । କଟକ ଓ ଖୋର୍ଦ୍ଧାରେ ଦୁଇ ପରିବାର ପାଖରେ ପହଁଚିଥିଲା କନକ ନ୍ୟୁଜ୍ ଟିମ୍।

vlcsnap-2016-10-04-19h11m35s924ଖୋର୍ଦ୍ଦାର ନିରଜାନଳିନୀ ମହାନ୍ତି । ଗତ ବର୍ଷ ନଭେମ୍ବର ମାସରେ ବିବାହ କରିଥିଲେ କଟକର ଗୌରବ ଦାସଙ୍କୁ । ବେଶ୍ ଧୁମଧାମରେ ହୋଇଥିଲା ଏହି ବାହାଘର । ହେଲେ ବିବାହର ୧୮ଦିନ ପରେ ନିରଜା ଶ୍ୱଶୁର ଘର ଛାଡି ଚାଲି ଆସିଲେ ବାପ ଘରକୁ । ଅଭିଯୋଗ କଲେ, ଯୌତୁକ ପାଇଁ ଶ୍ୱଶୁର ଘରେ ମିଳୁଛି ନିର୍ଯାତନା । ଏପରିକି ଶାଶୁ ଶ୍ୱଶୁର ତାଙ୍କ ବେଡ ରୁମରେ ସିସିଟିଭି ଲଗାଇଛନ୍ତି ବୋଲି ସାଂଘାତିକ୍ ଅଭିଯୋଗ ଆଣିଲେ ନିରଜା ।

ଇଏ ତ ଥିଲା କନ୍ୟପକ୍ଷର ଅଭିଯୋଗ । ତେବେ ଅସଲ କଥା ଆଉ କିଛି । ଆଉ ଅସଲ କଥାର ମୁଖ୍ୟ ଖଳନାୟକ ହେଲେ ନିରଜାଙ୍କ ବାପା ରବୀନ୍ଦ୍ର ମହାନ୍ତି । ଯାହାଙ୍କ ନାଁରେ ଗଲା ୧୫ବର୍ଷ ଭିତରେ ଠକେଇର ଅନେକ ମାମଲା ରହିଛି। ଗଚ୍ଛବର୍ଷ ରବୀନ୍ଦ୍ର ଠକେଇ ଜାଲ ପକାଇ ଥିଲେ କଟକରେ । ନିଜ ସାନଝିଅର ପ୍ରସ୍ତାବ vlcsnap-2016-10-04-19h12m30s336ଧରି ଯାଇଥିଲେ ଏହି ଡାକ୍ତର ଦମ୍ପତିଙ୍କ ଘରକୁ । ପୁଅ ଗୌରବ ସହ ବିବାହ ଠିକ୍ ହୋଇଗଲା । ହେଲେ ବିବାହର ୪ ଦିନ ପୂର୍ବରୁ ଅର୍ଥାଭାବ ଦର୍ଶାଇ ଓ ଅନେକ ପୁସୁଲା ଫୁସୁଲି କରି ଏହି ଡାକ୍ତର ଦମ୍ପତିଙ୍କ ଠାରୁ ୨୨ଲକ୍ଷ ଟଙ୍କା ଧାର୍ ନେଇଗଲେ କନ୍ୟାପିତା ରବୀନ୍ଦ୍ର । ବରପିତା ଭାବିଲେ ନୂଆ ସମୁଦି ଧୀରେ ଧୀରେ ଟଙ୍କା ଫେରାଇ ଦେବେ । ହେଲେ ରବୀନ୍ଦ୍ର ଯେ ଝିଅ ବାହାଘରର ନାଟକ କରି ସମୁଦିଙ୍କ ଟଙ୍କା ଲୁଟ୍ କରିବାକୁ ଷଡଯନ୍ତ୍ର କରିଥିଲେ ତାହା ପରେ ଜାଣିଥିଲେ ।

କିଏ ସତ କିଏ ମିଛ । ଏକଥା ତଦନ୍ତ ପରେ ଜଣା ପଡିବ । ତେବେ ଜାମିନ୍ ବିହିନ ଗିରଫ ପରୱାନା ଜାରି କରି ଖୋର୍ଦ୍ଦା ପୁଲିସ୍ ଖୋଜୁଛି ନିରଜାଙ୍କ ବାପା ରବୀନ୍ଦ୍ରଙ୍କୁ । ହୁଏତ ସେ ଗିରଫ ହେବା ପରେ ଏହି ଠକେଇ ପାଇଁ ମିଛ ବାହାଘରର ଅସଲ କାହାଣୀ ପଦାକୁ ଆସିବ ।