ଶିଶୁଙ୍କୁ ଖାଦ୍ୟ ଖୁଆଇବା ହୋଇଯାଏ କାଠିକର ପାଠ, ସେଥିପାଇଁ ବାପା ଆପଣାଇଲେ ଭିନ୍ନ ଏକ ବାଟ । ଭିଡିଓ ଦେଖିଲେ ହସି ହସି ଗଡି ଯିବେ

59

ସୋଶିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ । କୁହାଯାଏ କି, ଛୋଟ ପିଲାଙ୍କୁ ଖାଦ୍ୟ ଖୁଆଇବା କୌଣସି ବିପଦ ଠାରୁ କମ୍ ନୁହେଁ । ନଖରା ଓ ଚଗଲାମି କରି ପିଲାମାନେ ସଂପୂର୍ଣ୍ଣ ରୂପେ ଭୋଜନ କରନ୍ତିନି ଓ ମାତା-ପିତାଙ୍କ କାମ ବଢ଼ାନ୍ତି । କିନ୍ତୁ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବାପା ଭିନ୍ନ ଏକ ଶୈଳୀରେ ପିଲାଟିକୁ ଭୋଜନ କରାଉଛନ୍ତି ଓ ପିଲା ଡରି କି ଚୁପଚାପ୍ ଖାଇ ଦେଉଛି । ଏହି ଭିଡିଓକୁ ବହୁତ ସେୟାର କରାଯାଉଛି ।

ଭିଡିଓଟି ଭାରତ ବାହାରର ଜଣାପଡୁଛି । ସେହି ଭିଡିଓରେ ଦେଖିବାକୁ ମିଳୁଛି ବାପା ପ୍ରଥମେ କଣ୍ଢେଇକୁ ଖାଦ୍ୟ ଖୁଆଉଛନ୍ତି, ନଖାଇବାରୁ ତାକୁ ମାରୁଛନ୍ତି । ତାହା ଦେଖି ଶିଶୁଟି ଡରି ଯାଇଛି ଓ ଚୁପଚାପ୍ ବସିଯାଇଛି । ତା’ପରେ ବାପା ଶିଶୁର ସାମନାକୁ ଖାଇବା ଚାମଚ ନେଇକି ଯାଉଛନ୍ତି, ଶିଶୁଯି ଚୁପଚାପ୍ ଖାଇ ଦେଉଛି । ଏହାକୁ ଟ୍ୱିଟର, ଫେସବୁକ୍ ଓ ହ୍ୱାଟସଆପ୍ ରେ ବହୁତ ସେୟାର କରାଯାଉଛି ।