ନ୍ୟାୟ ଦେଲାନି ପୋଲିସ, ବିଷ ପିଇଲେ ବାପା ଓ ଝିଅ ।

124

କନକ ବ୍ୟୁରୋ : ପୋଲିସ୍ ନ୍ୟାୟ ନଦେବାରୁ ବିଷ ପିଇଦେଲେ ବାପା ଓ ଝିଅ । ଗୁରୁତର ଅବସ୍ଥାରେ ଉଭୟ ବାପା ଓ ଝିଅଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ବର୍ତମାନ ଉଭୟ ବାପା ଓ ଝିଅ ସୁସ୍ଥ ଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁଯାୟୀ, କଲେଜ ଯାଉଥିବା ବେଳେ ନାବାଳିକା ଝିଅକୁ ବାଟରେ କିଛି ଲୋକେ କମେଣ୍ଟ ମାରୁଥିଲେ । ଏନେଇ ସୋର ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ପୋଲିସ୍ ଅଭିଯୋଗକୁ ଗୁରୁତର ସହ ନେଇନଥିଲା । ଯେଉଁ କାରଣରୁ ଗତକାଲି ପୁଣିଥରେ ସୋର ଥାନାକୁ ବାପା ଓ ଝିଅ ଆସିଥିଲେ । ଏହି ସମୟରେ ତିନି ଜଣ ବ୍ୟକ୍ତି ବାପା ଓ ଝିଅଙ୍କୁ ପିଛା କରିଥିଲେ । ଯାହା ପରେ ବାପା ଓ ଝିଅ ଭଦ୍ରକ ପଳାଇଥିଲେ । ତେବେ ପୋଲିସ ଅଭିଯୋଗ ନଶୁଣିବାରୁ ବାପା ଓ ଝିଅ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ନିକଟରେ ଜଣକ ଘର ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା । ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । ତେବେ ବାପା ସୁସ୍ଥ ହୋଇଥିଲେ ବି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଆଉ କିଛି ଦିନ ସମୟ ଲାଗିପାରେ ।