ଜମିିଜମା ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି। 

251

କନକ ବ୍ୟୁରୋ: ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକମାଡ଼ । ରାସ୍ତାରେ ଗଡ଼େଇ ମହିଳାଙ୍କୁ ମାଡ଼ ମାରିଛନ୍ତି ଜଣେ ଯୁବକ । ମହିଳାଙ୍କୁ ନମାରି ଛାଡ଼ିଦେବାକୁ ଗୁହାରି କରୁଛନ୍ତି ଝିଅ । ଉଦଳା ଥାନାର ବରଡିହି ପଞ୍ଚାୟତ ପାଟଶାଣିପୁର ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଚାଷ ଜମି ନିକଟରେ ଥିବା ଏକ ଗଛକୁ ନେଇ ବିବାଦ ଲାଗି ରହିଥିଲା । ଗାଁର ବାଦଲ ମଲ୍ଲିକ ଚାଷ କରୁଥିବା ଜମି ନିକଟରେ ଏକ ପୁରୁଣା ଗଛ ରହିଛି, ଯାହାକୁ ନେବା ପାଇଁ ଅନେକ ଦିନ ହେବ ବାଦଲ ଏବଂ ଗାଁର ଯୁବକ ପିଲୁ ପ୍ରଧାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବାଦଲଙ୍କ ସ୍ତ୍ରୀ ବାସନ୍ତୀ ମଲ୍ଲିକ ବିଲକୁ ଯାଇ ଫେରିବା ସମୟରେ ତାଙ୍କୁ ବିଲୁ ପ୍ରଧାନ ଅଟକାଇ ପାଟିତୁଣ୍ଡ କରିବା ସହିତ ମାଡ଼ ମାରିଥିଲେ । ପରେ ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ଉଦଳା ଡ଼ାକ୍ତରଖାନାରେ ଭର୍ତି କରିଥିଲେ ।