କେନ୍ଦ୍ର ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶନାମା । ଫେବୃଆରୀ ୧୫ରୁ ଫାସଟ୍ୟାଗ ନଥିିଲେ ଦେବାକୁ ପଡିବ ଦୁଇଗୁଣା ଟୋଲ୍ ।

147

କନକ ବ୍ୟୁରୋ: ଫାସ ଟ୍ୟାଗ ନଥିଲେ ଏଣିକି ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ପଇସା । କେନ୍ଦ୍ର ପରିବହନ ମନ୍ତ୍ରାଳୟା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫେବୃୟାରୀ ୧୫ ମଧ୍ୟ ରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ । ନୂଆବର୍ଷରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରାଳୟ ଘୋଷଣା କରିଥିଲେ । କିନ୍ତୁ ପରେ ଏହି ଅବଧିକୁ ବୃଦ୍ଧି କରାଯାଇଥିଲା ।

ଫାସଟ୍ୟାଗ୍ ଲଗାଇଥିଲେ ଟୋଲପ୍ଲାଜାରେ ଟୋଲ ଦେବା ପାଇଁ ଆଉ ଲମ୍ବା ଲାଇନ ଲଗାଇବାକୁ ପଡିବନି । ଫାସଟ୍ୟାଗ ଥିଲେ ମାତ୍ର କିଛି ସେକେଣ୍ଡରେ ଗାଡିିକୁ ଅଟକାଉଥିବା ଇଂଟରସେପ୍ଟର ଉଠିଯିବ । ଯଦି ଆପଣ ଏପର୍ଯ୍ୟନ୍ତ ଚାରି-ଚକିଆ ଗାଡ଼ିରେ ଫାସଟ୍ୟାଗ ଲଗାଇନାହାନ୍ତି, ତେବେ ଶୀଘ୍ର କରିନିଅନ୍ତୁ । ଘରେ ବସି ଆମାଜନ, ପେଟିଏମ୍ ଭଳି ଇ-କମର୍ସ ୱେବସାଇଟରେ  ଯେକୌଣସି ବ୍ୟାଙ୍କ୍ ବା ଇ-କମର୍ସ କମ୍ପାନୀର ଫାସଟ୍ୟାଗ ଆପଣ ମଗାଇପାରିବେ। ଆଉ ଆପଣ ଯଦି ଇ-ଟ୍ରାନଜାକସନ ବିଷୟରେ କିଛି ଜାଣିନାହାନ୍ତି ତେବେ ଯେକୌଣସି ଟୋଲଗେଟ ନିକଟକୁ ଗଲେ ଆପଣ ଅଧିକାଂଶ କମ୍ପାନୀର କିଓସ୍କ ପାଇବେ । ଯେଉଁଠି ୨୫୦ ଟଙ୍କା ବା ୫୦୦ ଟଙ୍କା ଦେଇ ବି ଆପଣ ଏୟାରଟେଲ, ପେଟିଏମ୍ କିମ୍ବା ଯେକୌଣସି ବ୍ୟାଙ୍କର ଫାସଟ୍ୟାଗ ପାଇଯିବେ । ଏଥିପାଇଁ ଅବଶ୍ୟ ଆପଣଙ୍କୁ ସେଠାକୁ ଗାଡ଼ିର ସ୍ମାର୍ଟ କାର୍ଡ ଓ ନିଜର ଆଧାର କାର୍ଡ ନେବାକୁ ହେବ। ଏହାପରେ ମାତ୍ର ୧୦/୧୫ ମିନିଟରେ ଆପଣଙ୍କୁ ମିଳିଯିବ ଫାସଟ୍ୟାଗ ।