କେଉଁ ଗାଡି ପାଇଁ ଫାସ-ଟ୍ୟାଗ୍ ନିହାତି ଜରୁରୀ? ଦୁଇ ଚକିଆ ପାଇଁ ଲାଗୁ ହୋଇନି ତ ଫାସ୍-ଟ୍ୟାଗ୍ ବ୍ୟବସ୍ଥା? ଏହି ଖବର ଆପଣ ଜାଣିବା ନିହାତି ଆବଶ୍ୟକ 

ଯଦି ଆପଣ ବୁଲେଟ୍ ବାଇକ୍ ବ୍ୟବହାର କରୁଛନ୍ତି ତେବେ...

812

କନକ ବ୍ୟୁରୋ : ୧୬ ଫେବୃଆରୀରୁ ଦେଶରେ ଲାଗୁ ହୋଇଛି ଫସ୍-ଟ୍ୟାଗ୍ ବ୍ୟବସ୍ଥା । ଏହାକୁ ନେଇ ଅନେକ ଗାଡି ମାଲିକଙ୍କ ଚିନ୍ତା ବଢିଯାଇଛି । କାରଣ ଅନେକ ଲୋକ ଠିକ ଭାବେ ଜାଣି ନାହାନ୍ତି ଫାସ-ଟ୍ୟାଗ୍ ଲଗାଯାଏ କେମିତି? ତେବେ ଆସନ୍ତୁ ଜାଣିବା ଫାସ-ଟ୍ୟାଗ୍ କେଉଁ କେଉଁ ଗାଡି ପାଇଁ ଲାଗୁ ହୋଇଛି, କେମିତି କରିବେ ଫାସ୍-ଟ୍ୟାଗ୍ ଏବଂ ଏହାକୁ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ ।

ଧଳା ନମ୍ବର ପ୍ଲେଟ୍ ଥିବା ଚାରିଚକିଆ ଗାଡି, ଅର୍ଥାତ୍ ନିଜଶ୍ୱ କାମରେ ବ୍ୟବହାର ହେଉଥିବା ଗାଡି ଉପରେ ଫାସ୍-ଟ୍ୟାଗ୍ ଲାଗୁ ରହିବ । ସେହିଭଳି ହଳଦିଆ ନମ୍ବର ପ୍ଲେଟ୍ ଲାଗିଥିବା, ଅର୍ଥାତ୍ କମର୍ସିଆଲ ଗାଡି ଯେପରିକି ଟ୍ରକ୍, ଓଲା କ୍ୟାବ୍ ଭଳି ବ୍ୟବସାୟ କ୍ଷେତ୍ରରେ ବ୍ୟବହାର ହେଉଥିବା ଗାଡି ଗୁଡିକ ପାଇଁ ମଧ୍ୟ ଫାସ୍-ଟ୍ୟାଗ୍ ଅନିବାର୍ଯ୍ୟ ଅଟେ । 

ଆପଣ ଭାବୁଥିବେ ଏସବୁ କଥାତ ଆମେ ଜାଣିଛୁ ଏବେ ଏସବୁର ଜାଣିବା ଆମର କିଛି ଦରକାର ନାହିଁ । କିନ୍ତୁ ଏଠାରେ ଆମେ ଆପଣଙ୍କୁ ଏମିତି ଏକ ସୂଚନା ଦେବାକୁ ଯାଉଛୁ ଯାହା ଆପଣ ଜାଣିବା ନିହାତି ଉଚିତ୍ । ଯଦି ଆପଣ ବୁଲେଟ୍ ବାଇକ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ମଧ୍ୟ ଫାସ୍-ଟ୍ୟାଗ୍ ଆବଶ୍ୟକ ପଡିବ । ଆପଣ ସାଧାରଣ ଭାବେ ହାଇୱେରେ ବୁଲାବୁଲି କରିବା ସମୟରେ ଆପଣଙ୍କୁ ଫାସ୍-ଟ୍ୟାଗର ଆବଶ୍ୟକତା ପଡିବ ନାହିଁ ସତ କିନ୍ତୁ ଯଦି ଆପଣ ଏକ୍ସପ୍ରେସୱେ ଧରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଫାସ୍-ଟ୍ୟାଗ୍ ନିହାତି ଆବଶ୍ୟକ ହେବ 

କେଉଁଠୁ ମିଳିବ ଫାସ୍-ଟ୍ୟାଗ୍ ଓ ମୂଲ୍ୟ : 

ଏନଏଚ୍ଆଇ ସାରା ଦେଶରେ ପ୍ରାୟ ୪୦ ହଜାରରୁ ଅଧିକ ଫାସ-ଟ୍ୟାଗ୍ କେନ୍ଦ୍ର ସ୍ଥାରିତ କରିଛି । ଏହା ବ୍ୟତିତ ଫ୍ଲିପ୍କାର୍ଟ, ପେଟିଏମ୍, ଡିଜିଟାଲ ୱାଲେଟ୍, ଆମାଜନ୍ ଭଳି ଅନଲାଇନ୍ କମ୍ପାନିରୁ ମଧ୍ୟ ଘରେ ବସି ମଗେଇପାରିବେ । ତେବେ ଏହାର ମୂଲ୍ୟ ମାତ୍ର ୧୦୦ ଟଙ୍କ ରହିଛି 

ତେବେ ଡେରି ନକରି ଯେଉଁ ଗାଡି ମାଲିକମାନେ ଫାସ-ଟ୍ୟାଗ୍ କରିନାହାନ୍ତି ସେମାନେ ତୁରନ୍ତ କରାଇ ନିଅନ୍ତୁ । ନଚେତ୍ ଆଗକୁ ଆପଣଙ୍କୁ ଟୋଲପ୍ଲାଜାରେ ଦୁଇଗୁଣା ଟଙ୍କା ଦେବାକୁ ପଡିପାରେ