ମଣ୍ଡିରେ ପଡିଛି ଲକ୍ଷାଧିକ ଟଙ୍କାର ଧାନ : ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ; ଧାନ ବସ୍ତା ରଖି ରାସ୍ତା ଅବରୋଧ

78

କନକ ବ୍ୟୁରୋ : ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ଚାଷୀ । ରାସ୍ତାରେ ଧାନ ବସ୍ତା ଓ ହାତରେ ବିଷ ବୋତଲ ଧରି ପ୍ରତିବାଦ କରୁଛନ୍ତି ପଦ୍ମପୁର ଚାଷୀ । ପଦ୍ମପୁର ଉପଖଣ୍ଡରେ ୭୦ଗୋଟି ମଣ୍ଡିରେ ପ୍ରାୟ ୭ଲକ୍ଷ ଧାନ ପଡ଼ି ରହିଛି । ଚାଷୀ ଧାନ ବିକିବା ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁ ନାହିଁ । ଏହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଟ୍ୟାଗ ନଥିବା କାରଣରୁ ଶହ ଶହ ଧାନବସ୍ତା ବିକ୍ରି ହୋଇପାରୁନଥିବା କହିଛି ପ୍ରଶାସନ । ମଣ୍ଡିରେ ଏହି ଅବ୍ୟବସ୍ଥା କାରଣରୁ ଚାଷୀ ପଦ୍ମପୁର ବରଗଡ଼ ରାଜରାସ୍ତାର ପଦ୍ମପୁର ଆମ୍ବେଦକର ଛକ ଠାରେ ଧାନ ବସ୍ତା ପକାଇ ଅବରୋଧ କରିଛନ୍ତି । ଯାତାୟାତ ବାଧାପ୍ରାପ୍ତ ହୋଇଛି ।