ଚାଷୀଙ୍କ ଟ୍ରାକ୍ଟର ରାଲି । ମିଳିତ ଚାଷୀ ସଂଘ ପକ୍ଷରୁ ଶହ ଶହ ଚାଷୀ ସାମିଲ ।

134

କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲି । ମିଳିତ ଚାଷୀ ସଂଘ ପକ୍ଷରୁ ଆୟୋଜିତ ଟ୍ରାକ୍ଟର ରାଲିରେ ଶହ ଶହ ଚାଷୀ ସାମିଲ ହୋଇଛନ୍ତି । ପଞ୍ଜାବ-ଦିଲ୍ଲୀ, ହରିଆଣା-ଦିଲ୍ଲୀ ସୀମା ଶମ୍ଭୁ ଓ ଖନୌରୀ ସୀମାରେ ଏକାଠି ହୋଇଥିବା ଚାଷୀଙ୍କୁ ନେଇ ଟ୍ରାକ୍ଟର ରାଲି କରୁଛି ମିଳିତ ଚାଷୀ ସଂଗଠନ । ଡବ୍ଲ୍ୟୁଟିଓ ବିରୋଧରେ ପ୍ରତିବାଦ କରିବା ସହ କୁଶପୁତ୍ତଳିକା ଦାହ କରିଛି ଚାଷୀ ସଂଗଠନ । ସାରା ଦେଶରେ କରାଯାଉଥିବା ଟ୍ରାକ୍ଟର ରାଲି ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ କିଛି ପଏଣ୍ଟ କରାଯାଇଛି । ଯେଉଁଠି ମିଳିତ ଟ୍ରାକ୍ଟର ରାଲି ବାହାର କରି ପ୍ରତିବାଦ କରିଛନ୍ତିି ଚାଷୀ ।