ଟ୍ରାକ୍ଟର ମାର୍ଚ୍ଚ ନ ରୋକିବାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କୁ ଧମକ ଦେଲା ଶିଖ୍ ସଂଗଠନ । କହିଲେ ଶିଖଙ୍କୁ ଗଣହତ୍ୟା ମାମଲାରେ ବୋବଡେ ଥିଲେ ସାମିଲ

419

କନକ ବ୍ୟୁରୋ : କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକ ମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସ୍ ଏଫ ଜେ) ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କୁ ଧମକ ଦେଇଛନ୍ତି । ଏହି ଧମକରେ ଶିଖ୍ ଫର ଜଷ୍ଟିସ୍ ପ୍ରଧାନବିଚାରପତିଙ୍କ ଉଦ୍ଦେଶ୍ୟରେ କହିଛି କି ଜାନୁଆରୀ ୨୬ ରେ କୃଷକ ମାନେ ଆୟୋଜିତ କରୁଥିବା ଟ୍ରାକ୍ଟର ମାର୍ଚ୍ଚକୁ ରୋକିବାକୁ ଚେଷ୍ଟା କଲେ ପରିଣତି ଭୟଙ୍କର ହେବ । ଏହା ସହ ଶିଖ୍ ଫର ଜଷ୍ଟିସ୍ ବୋବଡେଙ୍କୁ ଏକ ପୁରୁଣା ମାମଲାର ଦୋଷୀ ବୋଲି କହିଛି । ସଂଗଠନ କହିଛି କି ଶିଖ୍ଙ୍କୁ ଯେଉଁମାନେ ଗଣହତ୍ୟା କରିଥିଲେ ବୋବଡେ ତାଙ୍କ ସହିତ ଥିଲେ । ଏବେ କୃଷକଙ୍କ ଗଣହତ୍ୟା ମାମଲାରେ ନରେନ୍ଦ୍ର ମୋଦିଙ୍କ ସହ ବୋବଡେ ଥିବା କଥା ସଂଗଠନ ଅଭିଯୋଗ କରିଛି । ଏହା ସହ ସଂଗଠନ କହିଛି କି ଏହା ୧୯୯୦ ମସିହା ନୁହେଁ । ଏହା ୨୦୨୧ ମସିହା ତେଣୁ ଶିଖ୍ ଫର ଜଷ୍ଟିସ୍ ସମସ୍ତ ନ୍ୟାୟକୁ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ବିଚାର କରିବ ।
କହିରଖୁ କି ଆଜିକୁ ୫୨ ଦିନ ଧରି ଚାଲିଥିବା କୃଷକ ଆଇନକୁ ନେଇ ସରକାର ଓ କୃଷକଙ୍କ ମଧ୍ୟରେ ବାରମ୍ବାର ବୈଠକ ବିଫଳ ହେବା ପରେ ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ଏନେଇ କୋର୍ଟ ପକ୍ଷରୁ ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିବା ସହ ଆନ୍ଦୋଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବାକୁ ଏକ ୪ ଜଣିଆ କମିଟି ଗଠନ କରିଥିଲେ । ହେଲେ ଏହି ୪ ଜଣିଆ କମିଟିରୁ ଜଣେ ସଦସ୍ୟା ସ୍ୱେଚ୍ଛାକୃତ ଭାବେ ଓହରି ଯାଇଛନ୍ତି । ହେଲେ ଏହି କିମିଟିର ପ୍ରଥମ ବୈଠକ ଚଳିତ ମାସ ୧୯ ତାରିଖରେ ବସିବ ବୋଲି କୁହାଯାଇଛି ।
ଅନ୍ୟପଟେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିକୁ ଗ୍ରହଣ କରି ନାହାନ୍ତି ଚାଷୀ ସଂଗଠନ ମାନେ । ଚାଷୀ ନେତା କହିଛନ୍ତି କି କମିଟିରେ ସରକାରଙ୍କ ସମର୍ଥନକାରୀ ମାନେ ସ୍ଥାନ ପାଇଛନ୍ତି ।