ଟ୍ରାକ୍ଟର ରାଲି, ଚକା ଜାମ୍ ପରେ ରେଳ ରୋକ୍ ପାଇଁ ନିଷ୍ପତ୍ତି : ଆଜି ସାରାଦେଶରେ ୪ ଘଂଟିଆ ରେଳରୋକ ପାଇଁ ଚାଷୀ ସଂଗଠନର ଡାକରା

ଉତରପ୍ରଦେଶ, ହରିୟାଣା, ପଂଜାବ ଓ ପଶ୍ଚିମବଙ୍ଗରେ କଡା ସୁରକ୍ଷା

93

କନକ ବ୍ୟୁରୋ : ଆଜି ସାରା ଦେଶରେ ଚାଷୀ କରିବେ ରେଳ ରୋକ୍ । ଦେଶବ୍ୟାପୀ ୪ ଘଂଟିଆ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଦିନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କରିବା ପାଇଁ ଚାଷୀ ସଂଗଠନ ଘୋଷଣା କରିଛନ୍ତି । ଏହାକୁ ନଜରରେ ରଖି ପଂଜାବ, ହରିୟାଣା, ଉତରପ୍ରଦେଶ ଓ ପଶ୍ଚିମବଙ୍ଗ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ୪ଟି ରାଜ୍ୟରେ ଆରପିଏଫର ୨୦ଟି ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ।

କୃଷି ଆଇନକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଦୁଇମାସରୁ ଅଧିକ ସମୟ ହେଲାଣି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ବାରମ୍ବାର ସରକାର ଓ ଚାଷୀଙ୍କ ଭିତରେ ବୈଠକ ବସୁଥିଲେ ସୁଦ୍ଧା କୌଣସି ଫଳାଫଳ ବାହାରୁନି । ଯେପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର କରାଯାଇନି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ ।