ଦିଲ୍ଲୀ ଚାଷୀ ଆନ୍ଦୋଳନକୁ ପୁରିବାକୁ ବସିଲାଣୀ ଗୋଟିଏ ମାସ, ହେଲେ ବାହାରିପାରୁନି ସମାଧାନ : ଆସନ୍ତାକାଲି ୬ ରାଜ୍ୟର ଚାଷୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଆଜି କୃଷି ଆଇନକୁ ବିରୋଧ କରି ରାଷ୍ଟ୍ରପତି ଭବନ ଅଭିମୁଖେ ଯିବ କଂଗ୍ରେସର ଶୋଭାଯାତ୍ରା

43

କନକ ବ୍ୟୁରୋ : ମାସେ ପୁରିବାକୁ ବସିଲାଣୀ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ସେପଟେ ଡିସେମ୍ବର ୨୫ତାରିଖରେ ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ରାଜଧାନୀ ଦିଲ୍ଲୀର ପ୍ରବେଶ ପଥରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ଜଗିରହିଛନ୍ତି । ଦିଲ୍ଲୀ-ହରିଆଣା, ଦିଲ୍ଲୀ-ଗାଜିଆବାଦ ଓ ଦିଲ୍ଲୀ-ଉତରପ୍ରଦେଶ ସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ଫଳରେ ଏହି ରାସ୍ତା ଗୁଡ଼ିକରେ ଗାଡ଼ି ମଟର ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଛି । ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଉଛି ଆପ୍ । ଆମ ଆଦମୀ ପାର୍ଟି ନେତା ରାଘବ ଚଢଢା କହିଛନ୍ତି ସରକାରଙ୍କ ଅହଂକାର ସହ ଚାଷୀଙ୍କ ଲଢେଇ ଚାଲିଛି । ତୁରନ୍ତ ସରକାର ନିଜର ଅହଂକାର ଛାଡି ଚାଷୀଙ୍କ ଦାବି ମାନିବା ଉଚିତ । ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରୁ ଜଣେ ବୃଦ୍ଧ ଚାଷୀ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସିଂଘୁ ସୀମାରେ ଧାରଣା ଦେଇଥିବା ନିଂରଜନ ସିଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।