ଚାଷୀଙ୍କ ପାଇଁ ମୋଦି ଆଣୁଛନ୍ତି ବଜେଟ୍, ଲାଠି ପାହାର ଦେଉଛନ୍ତି ଯୋଗୀଙ୍କ ପୋଲିସ୍ ।

ସୂଚନା ମୁତାବକ ଆଖୁ ଚାଷୀଙ୍କ କ୍ଷୟକ୍ଷତି ଟଙ୍କା ଦେବା ପାଇଁ ଯୋଗୀ ସରକାର ଘୋଷଣା କରିଥିଲେ ମଧ୍ୟ ଏହା ମିଳିବାରେ ବିଳମ୍ଭ ହୋଇଥିଲା ।

375

କନକ ବ୍ୟୁରୋ: ଗୋଟିଏ ପଟେ କେନ୍ଦ୍ରରେ ଥିବା ମୋଦି ସରକାର ବଜେଟରେ ଚାଷୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରୁଛନ୍ତି ତ ଅନ୍ୟପଟେ ଉତ୍ତରପ୍ରଦେଶ ବିଜନୌର ଠାରେ ଯୋଗୀ ସରକାରଙ୍କ ପୋଲିସ୍ ଚାଷୀଙ୍କୁ ଲାଠି ପାହର ଦେଉଛନ୍ତି । ସୂଚନା ମୁତାବକ ଆଖୁ ଚାଷୀଙ୍କ କ୍ଷୟକ୍ଷତି ଟଙ୍କା ଦେବା ପାଇଁ ଯୋଗୀ ସରକାର ଘୋଷଣା କରିଥିଲେ ମଧ୍ୟ ଏହା ମିଳିବାରେ ବିଳମ୍ଭ ହୋଇଥିଲା । ତେଣୁ ଆଜି ସକାଳୁ ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାରି ମଧ୍ୟରେ ପରିସ୍ଥିତି ଜଟିଳ ହେବାରୁ ଆଖୁ ଚାଷୀଙ୍କ ଉପରେ ଆଖିବୁଜା ଲାଠି ଚାର୍ଜ କରିଛି ୟୁପି ପୋଲିସ ।

ସୂଚନା ମୁତାବକ ଉତ୍ତରପ୍ରଦେଶ ବିଜନୌର ଜିଲ୍ଲାର ଆଖୁ ଚାଷୀମାନେ ଗତ ବର୍ଷର ବକେୟା ଆଖୁ ଚାଷ କ୍ଷତିପୂରଣ ରାଶି ବା ବକେୟା ଋଣ ଅର୍ଥ ପାଇବା ପାଇଁ ଜିଲ୍ଲାପାଳଙ୍କ ଦଫ୍ତରକୁ ଆସିଥିଲେ । କିନ୍ତୁ ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା କ୍ଷତି ସହିଥିବା ଆଖୁ ଚାଷୀଙ୍କୁ ଋଣ ଅର୍ଥ ଦିଆଯିବ ବୋଲି ଯୋଗୀ ସରକାର ଘୋଷଣା କରିବା ପରେ ମଧ୍ୟ ଏହା ବିଳମ୍ବ କରିଛନ୍ତି ଜିଲ୍ଲାପାଳ । ତେଣୁ ନିଜର ହକ୍ ମାଗିବା ପାଇଁ ଜିଲ୍ଲାପାଳଙ୍କ ଅଫିସକୁ ସବୁ ଆଖୁ ଚାଷୀ ଭାଇମାନେ ଯାଇଥିଲୁ କିନ୍ତୁ ସେଠାରେ ପୋଲିସ ପହଁଚି ପାଲଟା ଲାଠି ଚାର୍ଜ କଲେ ବୋଲି ବିଜନୌର ଆଜାନ୍ଦ କିଷାନ ୟୁନିୟନ ଅଭିଯୋଗ କରିଛି ।

jogi adityanathସେପଟେ ପୋଲିସ ୬୨ ବର୍ଷୀୟ ବୃଦ୍ଧ ଚାଷୀଙ୍କୁ ଘୋଷାଡ଼ି ଘୋଷାଡ଼ି ଲାଠିରେ ପାହାର ଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ସେପଟେ ବିଜନୌର ଜିଲ୍ଲାପାଳ ଅଟଲ ରାୟ କହିଛନ୍ତି ଯେ, ଜିଲ୍ଲାରେ ମାତ୍ର ୯ଟି ଆଖୁ କଳ ରହିଛି ସେଥିମଧ୍ୟରୁ ୨ଟି ଆଖୁ କଳର ବକେୟା ପରିଷୋଧ କରି ନାହାନ୍ତି ଆଖୁଚାଷୀ । ଗତବର୍ଷର ବକେୟା ଋଣ ଟଙ୍କା ଚାଷୀଙ୍କୁ ଦିଆଯାଇଥିବା ସଫେଇ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ଚାଷୀଙ୍କୁ ଏଭଳି ଅମାନୁଷିକ ଭାବେ ଯୋଗୀ ସରକାରଙ୍କ ପୋଲିସ ଲାଠି ପ୍ରହାର କରିବା ବିବାଦ ସୃଷ୍ଟି କରିଛି ।