କନକ ବ୍ୟୁରୋ: ମଣିପୁରରେ ଆୟୋଜିତ ୫୯ ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟର ମୁକୁଟ ପିନ୍ଧିଛନ୍ତି ଅତି ସାଧାରଣ ଘରର ଝିଅ ନନ୍ଦିନୀ ଗୁପ୍ତା । ଏହାପରେ ସେ ୨୦୨୩ ମିସ୍ ୱାର୍ଲ୍ଡ ପାଇଁ ଭାରତର ପ୍ରତିନିଧିତ୍ୱ କରିବେ ।

Advertisment

ଚଳିତ ବର୍ଷ ମିସ୍ ଇଣ୍ଡିଆର ମୁକୁଟ ପିନ୍ଧିଛନ୍ତି ରାଜସ୍ଥାନର ୧୯ ବର୍ଷୀୟା ଝିଅ ନନ୍ଦିନୀ ଗୁପ୍ତା । ୫୯ ତମ ମିସ୍ ଇଣ୍ଡିଆ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି ନନ୍ଦିନୀ । ୨୦୨୨ ମିସ୍ ଇଣ୍ଡିଆ ସିନି ସେଟ୍ଟି ତାଙ୍କୁ ସୁନ୍ଦରତାର ମୁକୁଟ ପିନ୍ଧାଇ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଥମ ରନର୍ସ ଅପ୍ ଶ୍ରେୟା ପୂଜା ହୋଇଥିବାବେଳେ ଥୌନାଓଜମ୍ ଲବାଙ୍ଗ ହୋଇଛନ୍ତି ଦ୍ୱିତୀୟ ରନର୍ସଅପ୍ ।

ନନ୍ଦିନୀ ହେଉଛନ୍ତି କୋଟା ସହରର ପୁରୁଣା ପରିବା ମଣ୍ଡି ନିବାସୀ ସମୁିତ୍ ଗୁପ୍ତାଙ୍କ ଝିଅ । ସୁମିତ ଗୁପ୍ତା ଜଣେ ଚାଷୀ । ନନ୍ଦିନୀଙ୍କ ମା’ ଜଣେ ଗୃହିଣୀ । ଏବଂ ତାଙ୍କ ଭଉଣୀ ଅନନ୍ୟା ୯ବମ ଶ୍ରେଣୀର ଛାତ୍ରୀ । ନନ୍ଦିନୀଙ୍କ ପଢା କୋଟାରେ ହୋଇଥିବାବେଳେ ଏବେ ସେ ବିଜନେସ୍ ଆଡମିନିଷ୍ଟ୍ରେସନର ଛାତ୍ରୀ । ଜଣେ ସାଧାରଣ ପରିବାରର ଝିଅ ହୋଇ ବି ପାଢ ପଢା ସାଙ୍ଗକୁ ମିସ୍ ଇଣ୍ଡିଆ ଟାଇଟଲ ହାସଲ କରିବା ପରେ ତାଙ୍କ ପାଖକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।