ବିଧାନସଭାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ । ତଦନ୍ତ ଦାବି କଲେ ନରସିଂହ ମିଶ୍ର

46

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଉପରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଚାଷୀ ଆତ୍ମହତ୍ୟା ଘଟଣା, ମରୁଡି ଜନିତ ଫସଲ ହାନି ଋଣଭାର ଯୋଗୁ ହୋଇଛି । କଂଗ୍ରେସ ଏକ ପ୍ରତିନିଧି ଦଳ ସେଠାରେ ପହଂଚି ରିପୋର୍ଟ ସଂଗ୍ରହ କରିଥିଲେ ।

କିନ୍ତୁ ଫିଲଡ଼କୁ ନ ଯାଇ ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ରେ ସବୁଠି ବଳିଷ୍ଠ ପ୍ରମାଣ ହେଉଛି ତାଙ୍କ ସ୍ତ୍ରୀ। କିନ୍ତ ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇନାହିଁ। ଗୃହରର ବିବୃତି ବେଳେ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତି କରିଛନ୍ତି । ପାଟଣା ଗଡ଼ରେ ଦ୍ଵିତୀୟ ଚାଷୀ ଆତ୍ମହତ୍ୟା କରିଥିବାବେଳେ ଗତକାଲି କେନ୍ଦ୍ରଡାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି । ମରୁଡି ଯୋଗୁ ଜଳ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବାବେକେ ଗୃହ କମିଟି ଗଠନ କରି କେଉଁ କାରଣରୁ ଚାଷୀ ମାନେ ଆତ୍ମହତ୍ୟା କରୁଛନ୍ତି ସେ ବିଷୟରେ ତଦନ୍ତ କରାଯିବାକୁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନରସିଂହ ।